Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳିଲା ପ୍ରିୟଦର୍ଶିନୀ ମାର୍କେଟ!

ଭୁବନେଶ୍ୱର,୨୦|୩: ଭୁବନେଶ୍ୱରର ସିଆରପି ଛକ ନିକଟସ୍ଥ ପ୍ରିୟଦର୍ଶିନୀ ମାର୍କେଟରେ ଆଜି ସକାଳ ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଣ୍ଡ ଉକ୍ତ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି କରିଛି । ପ୍ରାଥମିକ ସୂଚନା ଅନୁସାରେ ସର୍ଟ ସର୍କିଟ୍‌ ଯୋଗୁଁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ପ୍ରଥମ ମହଲାରୁ ଆରମ୍ଭ ହୋଇଥିବା ନିଆଁ ଦ୍ରୁତ ଗତିରେ ପାଖପାଖି ଦୋକାନକୁ ପ୍ରସାରିତ ହୋଇଥିଲା । ଘନ ଧୂଆଁରେ ସମଗ୍ର ଅଞ୍ଚଳ ପରିପୂର୍ଣ୍ଣ ହୋଇଯାଇଥିଲା | ଏଥିରେ ଦୋକାନୀ, କର୍ମଚାରୀ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ଏହି ମାର୍କେଟ କମ୍ପ୍ଲେକ୍ସରେ ଏଟିଏମ, ବସ୍ତ୍ର ଦୋକାନ, ପ୍ଲାଷ୍ଟିକ ସାମଗ୍ରୀ ସହ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ଘଟିଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚାରିଟି ଫାୟାର ଟେଣ୍ଡର ନିଯୁକ୍ତ କରିଥିଲେ । ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ଜନହାନିର ଖବର ମିଳିନାହିଁ । ଏହି ଅଗ୍ନିକାଣ୍ଡ ପରେ ମାର୍କେଟ ଅଞ୍ଚଳରେ ଅଗ୍ନି ସୁରକ୍ଷାକୁ ନେଇ ସେନେଇ ଚିନ୍ତା ବଢ଼ିଛି ।

ସୂଚାନଯୋଗ୍ୟ , ଏହାପୂର୍ବରୁ ଲିଂଗିପୁରରେ ଥିବା ଏକ ଵିଶାଲ ମେଗା ମାର୍ଟଏ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା | ଯେଉଁଥିରେ କୋଟି କୋଟି ତାଙ୍କର ସମ୍ପତ୍ତି ନଷ୍ଟ ହୋଇଥଲା | ଆହୁରି ଗୋଟିଏ ଦୁଇଟି ସ୍ଥାନରେ ଭୟଙ୍କର ନିଆଁ ଲାଗିଥିଲା | ଆଉ ଆଜି ପୁଣିଥରେ ନିଆଁ ଲାଗିଛି | ତେବେ ଦୋକାନ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ