ଏଣିକି ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଶିକ୍ଷା: ଉଚ୍ଚଶିକ୍ଷାମନ୍ତ୍ରୀ
ଭୁବନେଶ୍ଵର,୨୦|୩: ଏଣିକି ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଶିକ୍ଷା। ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଫର ଅଲ ପାଠ୍ୟକ୍ରମ। ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି | ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏଆଇ ଏଣ୍ତ ରବୋଟିକ ସେଣ୍ଟର ଅଫ୍ ଏକ୍ସଲେସନ ଖୋଲାଯାଇଛି। ସେହିପରି ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁରରେ କଳା ସ୍ନାତକୋତ୍ତର ଦ୍ଵିତୀୟ ସେମିଷ୍ଟାରରେ ଏଆଇ ପାଠ୍ୟକ୍ରମ ପଢା ଯାଉଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।
ସେହିପରି ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିବାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଏହାର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି। ସେହିପରି ୪୬୧ ଆସୋସିଏଟ୍ ଓ ୨୬୪ ପ୍ରଫେସର ପଦବୀ ପୁରାଣ ହୋଇନି | ୨୦୦୦ରୁ ଅଧିକ ଅଣଶିକ୍ଷକ ପଦ ପୂରଣ କରିବା ବାକି ରହିଛି |

