Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ସୁନା ଦର! ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଲକ୍ଷେ ୪୦ ହଜାର ୨୦ ଟଙ୍କା

ମଧ୍ୟପ୍ରାଚ୍ୟର ଯୁଦ୍ଧ ମଧ୍ୟରେ ଭାରତୀୟ ବଜାରରେ ସୁନା ଦର ହଠାତ୍ ତଳକୁ ଖସିଛି । ଯେଉଁ ସୁନା କିଛିଦିନ ଆଗରୁ ଆକାଶ ଛୁଇଁଥିଲା, ସେହି ସୁନା ଏବେ ଗ୍ରାହକଙ୍କ ପାଇଁ ଖୁସିର ଖବର ଆଣିଦେଇଛି, କିନ୍ତୁ ନିବେଶକଙ୍କ ହୃଦୟରେ ଭୟ ଦେଖାଦେଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଥିବା ବେଳେ, ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ପ୍ରାୟ ସାଢ଼େ ୫ ହଜାର ଟଙ୍କାର ହ୍ରାସ ଘଟିଛି । ଫଳରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କାକୁ ଖସି ଆସିଛି । ୨୪ କ୍ୟାରେଟ ସୁନା ମଧ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ୨୦ ଟଙ୍କା ରହିଛି ।

କିନ୍ତୁ ଏହି ସୁନା ଦର କମିବା ପଛରେ ଲୁଚିଛି ବଡ଼ ରହସ୍ୟ । ଡଲାରର ଦାମ ବଢ଼ୁଛି, ନିବେଶକ ସୁନା ଛାଡ଼ି ଡଲାର ଦିଗରେ ଦୌଡ଼ୁଛନ୍ତି, ଆଉ ଉଚ୍ଚ ସୁଧ ହାର ସୁନା ବଜାର ଉପରେ ଅଧିକ ପ୍ରଭାବ ପକାଉଛି | ଗୋଟେ ପଟେ କ୍ରେତାଙ୍କ ମୁହଁରେ ହସ, ଅନ୍ୟ ପଟେ ନିବେଶକଙ୍କ ମନରେ ଗଭୀର ସନ୍ଦେହ । ସୁନାର ଦର ଆଗକୁ ଖସିବ ନା ଆକାଶ ଛୁଆଁ ଦ୍ୱାରା ବୃଦ୍ଧି ହେବ ତାହା ଆଗାମୀ ଦିନରେ ଜଣାପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ