ଚର୍ଚ୍ଚାରେ ଓଡ଼ିଆ ଗାୟିକା ଦିପ୍ତିରେଖା! ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସ ହ୍ୟାଣ୍ଡେଲରେ ଦୀପ୍ତିରେଖାଙ୍କ ଭଜନର ପୋଷ୍ଟ
ଭୁବନେଶ୍ୱର ,୨୩|୩: ଚର୍ଚ୍ଚାରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ | ନିଜର ସୁନ୍ଦର ସ୍ୱର ଲାଗି ସେ ସବୁବେଳେ ପ୍ରଶଂସାର ପାତ୍ର ସାଜିଛନ୍ତି | କିନ୍ତୁ ଆଜିର ଚର୍ଚ୍ଚା ଟିକେ ଭିନ୍ନ | ଦୀପ୍ତିରେଖାଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓର ଲିଙ୍କ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୀତର ଲିଙ୍କ୍ ଶେୟାର କରିବା ସହିତ ହିନ୍ଦୀରେ ଲେଖିଛନ୍ତି ଯେ, ‘ମାତାଙ୍କ ପ୍ରତି ଭକ୍ତି ଭାବନାରେ ଅନନ୍ୟ ଶକ୍ତି ରହିଛି।’ ମାଆଙ୍କ ପୂଜା ଓ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ମନରେ ସକାରାତ୍ମକ ଶକ୍ତି ଭରିଯାଏ ବୋଲି ସେ ଲେଖିଛନ୍ତି।
माता की भक्ति में विराट शक्ति है। देवी मां की वंदना से श्रद्धालुओं का मन सकारात्मक ऊर्जा से भर जाता है।https://t.co/79ZDpS0dho— Narendra Modi (@narendramodi) March 22, 2026
ଏହି ପୋଷ୍ଟ ଉପରେ ଦୀପ୍ତିରେଖା ନିଜର ଖୁସି ବ୍ୟକ୍ତ କରି କହିଛନ୍ତିଯେ, “ଏହି ଭିଡିଓଟି ହେଉଛି ୪ବର୍ଷ ତଳର। ବର୍ତ୍ତମାନ ଚୈତ୍ର ନବରାତ୍ରି ଚାଲିଥିବାରୁ ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଫେସ୍ବୁକ୍, X, ହ୍ବାଟ୍ସଆପ୍ ଗ୍ରୁପ୍ରେ ଏହାକୁ ପୋଷ୍ଟ କରିଛନ୍ତି। ଏହା ଦେଖିଲା ପରେ ବହୁତ ଖୁସି ଲାଗୁଚି ବହୁତ୍ ଖୁସି ଲାଗୁଛି। ମୁଁ କେବେ ଭାବି ନ ଥିଲି ଯେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ମୋ ଗୀତକୁ ପୋଷ୍ଟ କରିବେ।” ତେବେ ଏହି ଗୀତକୁ ଶରତ ଚନ୍ଦ୍ର ମହାପାତ୍ର ଲେଖିଥିଲା ବେଳେ ଦୀପ୍ତିରେଖାଙ୍କ ଗୁରୁ ପ୍ରଦୀପ କୁମାର ଦାସ କମ୍ପୋଜ୍ କରିଥିଲେ। ଗୀତଟି ଶୁଟିଂ ହୋଇଥିଲା କଟକସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ।

