Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା; ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ଵର, ୨୩|୩ : ଥମୁନି SCB ତାତି | ଦିନକୁ ଦିନ ବରଂ ଅଧିକା ତୀବ୍ର ହେଉଛି | SCB ଘଟଣାକୁ ନେଇ ବିଧାନସଭାରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ ସମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟକୁ ଆସି ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ | ମାତ୍ର ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସ୍‌ସିବି ଅଗ୍ନିକାଣ୍ଡକୁ ନେଇ ପୁଣିଥରେ କଂଗ୍ରେସ-ବିଜେଡି ବିଧାୟକଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ଶେଷରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ | ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ