IAS ଅଧିକାରୀ ପରିଚୟ ଦେଇ ଟଙ୍କା ଲୁଟୁଥିଲେ! ୨୬ ନମ୍ବର ବିବାହରେ ଧରା ପଡିଲେ
ଉତ୍ତରପ୍ରଦେଶ ୨୩|୩ : ଉତ୍ତରପ୍ରଦେଶରୁ ଆସିଛି ଏମିତି ଗୋଟେ କାଣ୍ଡ, ଯାହା ଶୁଣିଲେ କେହି ବି ସହଜରେ ବିଶ୍ୱାସ କରିପାରିବେନି । ସରକାରୀ ନାଁ ଲେଖା ଗାଡ଼ି, ତା’ ଉପରେ ପୁଣି ସହାୟକ, ପୁରୁଣା ଇଣ୍ଟରଭ୍ୟୁର ଭିଡିଓ, ସବୁକିଛି ଏମିତି ଭାବେ ପ୍ଲାନିଂ କରାଯାଇଥିଲାଯେ, ଝିଅର ପରିବାରକୁ ଲାଗିଥିଲା ସେମାନେ ଜଣେ ବଡ଼ ଅଧିକାରୀଙ୍କ ସହ ନିଜ ଝିଅର ବିବାହ କରୁଛନ୍ତି । ବିଶ୍ୱାସ ଧୀରେ ଧୀରେ ଏତେ ଗଭୀର ହେଲା ଯେ ବିବାହ ଖର୍ଚ୍ଚ ନାମରେ ଲକ୍ଷେ ଲକ୍ଷ ଟଙ୍କା ମଧ୍ୟ ହାତଛାଡ଼ ହେଇଗଲା । କିନ୍ତୁ ଆସଲ ସତ ସେବେ ସାମ୍ନାକୁ ଆସିଲା, ଯେତେବେଳେ ବିବାହ ପରେ ଝିଅ ପକ୍ଷ ସତ୍ୟ ଖୋଜିବାକୁ ବାହାରିଲେ ।
ତା’ପରେ ଯାହା ଜଣାପଡ଼ିଲା ସେଥିରେ ସବୁ ଚକିତ ହୋଇଗଲେ । ନିଜକୁ IAS ଅଧିକାରୀ ଓ ମାଣିକପୁରର SDM କହୁଥିବା ଏହି ଯୁବକ ଅସଲରେ ଜଣେ ଠକ ଥିଲା । ଅଭିଯୋଗ ଅନୁସାରେ, ପ୍ରୀତମ ନିଶାଦ ନାମକ ଏହି ବ୍ୟକ୍ତି ପୂର୍ବରୁ ୨୪ କିମ୍ବା ୨୫ ଥର ବିବାହ କରି ସମାନ ଭାବେ ଠକେଇ କରିଥିଲା । ଏଥର ଗୋରଖପୁରର ଜଣେ ଯୁବତୀଙ୍କ ପରିବାରକୁ ଜାଲରେ ପକାଇ ୧୫ ଲକ୍ଷ ଟଙ୍କା ନେବା ସହ, ବିବାହରେ ପରିବାରକୁ ୩୦ ଲକ୍ଷରୁ ଅଧିକ ଖର୍ଚ୍ଚ କରାଇଦେଇଥିବା କଥା ସାମ୍ନାକୁ ଆସିଛି । ଆଉ ଏ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ଧରିବାକୁ ଜୋରସୋରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

