Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

କଳାହାଣ୍ଡି,୨୪/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ ରେ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ଗୋଦାମ ରେ ପଡିଥିବା କାରଣ ରୁ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ଓ ମିଲ କର୍ମଚାରୀ ମାନେ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ପାଖାପାଖି ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ ମାଲିକ ପ୍ରଶାନ୍ତ କୁମାର ସାହୁ ଙ୍କୁ ସୂଚନା ଦେଇଥିଲେ। ପରେ ମିଲ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ