ଭିଜିଲାନ୍ସ ଜାଲରେ ଏସଡିଓ; ୫ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭଞ୍ଜନଗର, ୨୬|୩: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଡହ ଜଳସେଚନ ବିଭାଗର ଏସଡିଓ । ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରରେ ଥିବା ବସନ୍ତ ବିହାର, ସରକାରୀ ବାସଭବନ, ଭଞ୍ଜନଗର ସ୍ଥିତ ଘର ଏବଂ ଅଫିସ ଚାମ୍ବର, ପୋଲସରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସଂପର୍କୀୟଙ୍କ ଘର ଆଦି ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି | ଏହି ଚଢ଼ାଉରେ ୩ ଜଣ ଡିଏସପି ଏବଂ ୭ ଜଶ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି।
ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉ କରାଯାଉଥିବା ଜଣାପଡିଛି । ତେବେ ଏହି ଚଢ଼ଉରୁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ |

