Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ଭିଭାଗର ନୂଆ ନିୟମ! ୨୪ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କଲେ କଟିବ ୫୦ ପ୍ରତିଶତ ଟଙ୍କା

ନୂଆଦିଲ୍ଲୀ,୨୬|୩: ଭାରତୀୟ ରେଳ ଭିଭାଗ ଟିକେଟ୍ ବାତିଲ୍ ସମ୍ପର୍କିତ ନୂଆ ନିୟମ ଆଣିଛନ୍ତି । ଯାହା ଏପ୍ରିଲ ୨୦୨୬ରୁ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁଯାୟୀ, ଯଦି ଯାତ୍ରୀ ଟ୍ରେନ୍ ଛାଡିବାର ୮ ଘଣ୍ଟା ପୂର୍ବରୁ କୌଣସି ଯାତ୍ରୀ ଯଦି ଟିକେଟ୍ ବାତିଲ୍ କରନ୍ତି, ତେବେ ସେମାନେ କୌଣସି ରିଫଣ୍ଡ୍ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ | ତେବେ ପୂର୍ବରୁ ଏହାର ସମୟ ସୀମା ୪ ଘଣ୍ଟା ରହିଥିଲା, କିନ୍ତୁ ଏବେ ଏହାକୁ ବଢ଼ାଇ ୮ ଘଣ୍ଟା କରାଯାଇଛି । ଯଦି ୨୪ ଘଣ୍ଟା ଆଗରୁ ଟିକେଟ୍ ବାତିଲ୍ କରାହୁଏ, ତେବେ ୫୦ ପ୍ରତିଶତ ଟଙ୍କା କଟିବ ସେହିପରି ୭୨ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ ବାତିଲ୍ କଲେ ପ୍ରାୟ ୨୫ % କଟିବ । ଯଦି କୌଣସି ଯାତ୍ରୀ ୭୨ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରନ୍ତି ତେବେ ସେ ସମ୍ପୂର୍ଣ ରିଫଣ୍ଡ୍ ପାଇବା ପାଇଁ ଯୋଗ୍ୟ ହେବେ।

ରେଳ ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନୂଆ ନିୟମର ଲକ୍ଷ୍ୟ ହେଉଛି ଶେଷ ସମୟରେ ଟିକେଟ୍ ବାତିଲ୍ କୁ ହ୍ରାସ କରିବା ଏବଂ ଭୁଲ ଭାବରେ ଟିକେଟ୍ ବୁକିଂ ଅର୍ଥାତ ଯେପରିକି ଏଜେଣ୍ଟମାନେ ଟିକେଟ୍ ବୁକ କରି ବ୍ଲକ୍ କରନ୍ତି, ଏସବୁକୁ ରୋକିବା । ଏଥିରେ ଯାତ୍ରୀମାନେ ଆଗରୁ ପ୍ଲାନ୍ କରିବାକୁ ପ୍ରେରିତ ହେବେ ଓ ସଠିକ ଯାତ୍ରୀ ମାନଙ୍କ ପାଇଁ ଟିକେଟ୍ ରହିବାର ସୁବିଧା ବଢିବ । ସେଥିପାଇଁ ତତକାଲ ବୁକିଂରେ ଆଧାର ଓଟିପି ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି, ଯାହା ଦ୍ୱାରା ଭୁଲ ବ୍ୟବହାରକୁ ମଧ୍ୟ ହ୍ରାସ କରାଯାଇପାରିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories