ଭିଜିଲାନ୍ସ ଜାଲରେ ଏସଡିଓ; ନଗଦ ୧୮ ଲକ୍ଷ ୯୦ ହଜାର ୮୦୦ ଟଙ୍କା,୫ଟି ମୂଲ୍ୟବାନ ପ୍ଲଟ୍,ଏବଂ କଙ୍କ୍ରିଟ୍ ମିକ୍ସର ମେସିନ୍ ଆଦି ଜବତ
ଭଞ୍ଜନଗର, ୨୬|୩: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଡହ ଜଳସେଚନ ବିଭାଗର ଏସଡିଓ । ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରରେ ଥିବା ବସନ୍ତ ବିହାର, ସରକାରୀ ବାସଭବନ, ଭଞ୍ଜନଗର ସ୍ଥିତ ଘର ଏବଂ ଅଫିସ ଚାମ୍ବର, ପୋଲସରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସଂପର୍କୀୟଙ୍କ ଘର ଆଦି ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି | ଏହି ଚଢ଼ାଉରେ ୩ ଜଣ ଡିଏସପି ଏବଂ ୭ ଜଶ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି।
ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉ ହୋଇଥିଲା । ତେବେ ଏହି ଚଢ଼ାଉରୁ ଏସଡିଓଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ତିନିତଳ ବିଲ୍ଡିଂ,ବ୍ରହ୍ମପୁର ସହର ଓ ୫ଟି ମୂଲ୍ୟବାନ ପ୍ଲଟ୍, ପୋଲସରା ରେ ଥିବା ପୈତୃକ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ୮୦୦ ଟଙ୍କା ଏବଂ ବସନ୍ତ ବିହାର ସ୍ଥିତ ତିନି ତଳ କୋଠାରୁ ୧୫.୧୩ ଲକ୍ଷ ଏବଂ ଭଞ୍ଜନଗର ସରକାରୀ କ୍ୱାର୍ଟରରୁ ୩.୭୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । କେବଳ ଏତିକି ନୁହେଁ ପ୍ରାୟ ୫୭ ଲକ୍ଷ ଟଙ୍କାର ଏକ କଙ୍କ୍ରିଟ୍ ମିକ୍ସର ମେସିନ୍, ୩୭ ଲକ୍ଷ ଟଙ୍କାର ଏକ ଜେସିବି ମେସିନ୍ ସମେତ ଏକ ଚାରିଚକିଆ ଗାଡ଼ି ସହ ୩ଟି ଦୁଇଚକିଆ ଯାନ ମଧ୍ୟ ଏହି ଚଢ଼ାଉରେ ଜବତ ହୋଇଛି। ଚାଦହୁରୁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ |

