Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବରରେ କମ୍ପିବ ବାରବାଟୀ ପଡିଆ! ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ, ୨୬|୩ : ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିର ଖବର! କମ୍ପିବ ବାରବାଟୀ ପଡିଆ | ଆସନ୍ତା ଡିସେମ୍ବର ୨୪ରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ବିଶ୍ୱ ବିଜେତା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ମ୍ୟାଚ୍ | ଅତି ରୋମାଞ୍ଚକର ମ୍ୟାଚ୍ ହେବ | ୨୦୨୬-୨୭ ବର୍ଷ ପାଇଁ ବିସିସିଆଇ ଖେଳସୂଚୀରୁ ଏହା ସ୍ପଷ୍ଟ ହୋଇଛି। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୩ ମ୍ୟାଚ୍‌ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଏତିହାସିକ ବାରବାଟୀ ପଡିଆରେ ଖେଳାଯିବ । ସେହିପରି ରାଜକୋଟରେ ଶ୍ରୀଲଙ୍କା ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ । ଏହାପୂର୍ବରୁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଯେଉଁ ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବାଜି ମାରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories