Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ଧବିଶ୍ୱାସରୁ ହତ୍ୟା! ପନିକିରେ ଶାଶୂଙ୍କୁ ହାଣିଲା ବୋହୂ

ଉଦଳା, ୩୧|୪: ମୟୂରଭଞ୍ଜର ଉଦଳା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ହତ୍ୟା ଉଦ୍ୟମ କରିଛି ବୋହୁ | ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଘର ଭିତ ରୁ ହଠାତ୍ ଭୟଙ୍କର ଚିତ୍କାର ଶୁଣାଯାଇଥିଲା, କିନ୍ତୁ ଘରେ ଥିବା ଲୋକେ କିଛି ବୁଝିପାରୁନଥିଲେ । କିଛି ସମୟ ପରେ ଘଟଣାର ସତ୍ୟ ପ୍ରକାଶ ପାଇଲା । ବୋହୂ ମାମି ଗୁଣି-ଗାରେଡ଼ି ସନ୍ଦେହରେ ନିଜ ଶାଶୂ ସାବିତ୍ରୀଙ୍କୁ ପନିକିରେ ଆକ୍ରମଣ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ସେତେବେଳେ ପୁଅ କୁଲୁ ମଧ୍ୟ ସେଠାରେ ଥିଲେ, କିନ୍ତୁ ଏହି ଘଟଣାରେ ପତ୍ନୀକୁ ବିଲକୁଲ ବାରଣ କରିନଥିଲେ । କିଛି ସମୟ ପରେ ଶାଶୁଙ୍କ ଚିତ୍କାର ଶୁଣି ପଡ଼ିଶା ଘର ଲୋକ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଶାଶୂଙ୍କୁ ହସ୍ପିଟାଲକୁ ପଠାଯାଇଛି । ଏବଂ ଏହି ଘଟଣାରେ ପୋଲିସ ବୋହୂକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ