Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ; ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ସହିତ ଜିଓଷ୍ଟାର୍ ର ଚୁକ୍ତି ବାତିଲ

ନୂଆଦିଲ୍ଲୀ , ୩୧|୩ : ଚଳିତ ବର୍ଷ ବାଂଲାଦେଶରେ ଆଇପିଏଲ୍‌ କ୍ରିକେଟ ର ଟିଭିରେ ପ୍ରସାରଣ ହେବ ନାହିଁ | ସୂଚନା ଅନୁସାରେ ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ମାତ୍ର ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତିକୁ ବାତିଲ କରିଦେଇଛି। ସୂଚନାଯୋଗ୍ୟ,ବାଂଲାଦେଶର ମୁସ୍ତାଫିଜୁର ରେହମାନଙ୍କୁ ବିସିସିଆଇ ନିର୍ଦେଶର ଆଇପିଏଲରୁ ବାଦ୍‌ ଦିଆ ଯାଇଥିଲା | ଏହା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହାସହିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ରେ ଖେଳିବାକୁ ଭାରତ ନ ଆସିବା ଜିଦ୍‌ରେ ବାଂଲାଦେଶ ବିଶ୍ବକପ୍‌ରୁ ଓହରି ଯାଇଥିଲା। ଏହା ପରେ ବାଂଲାଦେଶରେ ଆଇପିଏଲ୍‌ର ପ୍ରସାରଣ ହେବ ନାହିଁ ବୋଲି ସେଠାକାର ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ଆଇପିଏଲ୍‌ ପ୍ରସାରଣ ଉପରୁ କଟକଣା ଉଠାଇବା ପାଇଁ ବାଂଲାଦେଶ ସରକାର ବିଚାର କରୁଥିଲେ। ଏହା ପୂର୍ବରୁ ଟିସ୍ପୋର୍ଟସ ସହ ଜିଓଷ୍ଟାର୍ ର ହୋଇଥିବା ଚୁକ୍ତି ବାତିଲ ହୋଇଛି । ଆଉ ଏବେ ଏହି ଆଇପିଏଲ୍‌ ପ୍ରସାରଣ ବନ୍ଦ ଯୋଗୁଁ ବାଂଲାଦେଶର କ୍ରିକେଟ୍‌ପ୍ରେମୀ ଲୋକପ୍ରିୟ ଲିଗ୍‌ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ