ହାତୀ ସହ ଫଟୋଶୁଟ୍, ବଢ଼ିଲା ବିବାଦ
ରାଜସ୍ଥାନ, ୨୩|୩: ଜୟପୁରରେ ଜଣେ ଆର୍ଟ ଫଟୋଗ୍ରାଫର ଜୁଲିଆ ବୁରୁଲେଭାଙ୍କର ଗୋଟିଏ ଫଟୋଶୁଟ୍ ନେଇ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ଗୋଲାପୀ ରଙ୍ଗରେ ରଙ୍ଗା ହୋଇଥିବା ଏକ ହାତୀ ସହିତ ଜଣେ ମଡେଲ ଦେଖାଯାଉଛନ୍ତି | ଯାହାଙ୍କର ଫୋଟୋଶୁଟ ଚାଲିଥିଲା | ଏହି ଘଟଣାକୁ ଅନେକ ପଶୁ ନିର୍ଯାତନା ବୋଲି ଆପତ୍ତି କରିଛନ୍ତି । କିନ୍ତୁ ଫଟୋଗ୍ରାଫର କହିଛନ୍ତି ଯେ, ଏଥିରେ ହାତୀକୁ କୌଣସି କ୍ଷତି ହୋଇନି ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥିଲା ।
ରିପୋର୍ଟ ଅନୁସାରେ, ଏହି ଫଟୋଶୁଟ୍ ପ୍ରାୟ ଏକ ବର୍ଷ ପୂର୍ବରୁ ମଡେଲ ଯଶସ୍ୱୀଙ୍କ ସହ ଜୟପୁରର ହାଥୀ ଗାଁ ଅଞ୍ଚଳରେ କରାଯାଇଥିଲା । ଭିଡିଓରେ ଦେଖାଯାଇଥିବା ହାତୀର ନାଁ ‘ଚଞ୍ଚଳ’ ଥିଲା, ଯାହାକୁ ହୋଲିରେ ବ୍ୟବହୃତ ହେଉଥିବା ଗୁଲାଲରେ ରଙ୍ଗାଯାଇଥିଲା ଏବଂ ପ୍ରାୟ ୩୦ ମିନିଟ୍ ପରେ ସେହି ରଙ୍ଗ ଧୋଇ ଦିଆଯାଇଥିଲା ବୋଲି ସ୍ଥାନୀୟ କମିଟି ପକ୍ଷରୁ କୁହାଯାଇଛି । ସେହି ହାତୀର ବୟସ ପ୍ରାୟ ୭୦ ବର୍ଷ ଥିଲା ଏବଂ ଗତ ମାସରେ ତାହାର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଯେଉଁଥିରୁ ବିବାଦ ହୋଇଛିଯେ ରଙ୍ଗ କରିବା କାରଣରୁ ହାତୀର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ରହିଥିବା ବେଳେ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ କହିଛନ୍ତିଯେ, ଏହି ମୃତ୍ୟୁ ସହିତ ଫଟୋଶୁଟ୍ର କୌଣସି ସମ୍ପର୍କ ନଥିଲା ଏବଂ ବୟସ ଅଧିକ ହେବାରୁ ହାତୀଟିର ମୃତ୍ୟୁ ହୋଇଥିଲା ।

