Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳା ମାତା ମନ୍ଦିରରେ ଅଘଟଣ; ଦଳାଚକଟାରେ ୮ ମୃତ, ଅନେକ ଗୁରୁତର

ପାଟନା, ୩୧|୩ : ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରୁ ଏକ ବଡ ଅଘଟଣ ଘଟି ଥିବାର ଖବର ସାମ୍ନାକୁ ଆସିଛି | ଯେଉଁଠି ଦଳାଚକଟାରେ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି | ଅନେକ ଏଥିରେ ଆହତ ମଧ୍ୟ ହୋଇଛନ୍ତି | ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି | ସୂଚନା ମିଳିବା ପରେ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ମନ୍ଦିର ପରିସରକୁ ଖାଲି କରାଯାଉଛି।

ସୂଚନା ଅନୁସାରେ, ଆଜି ହେଉଛି ଚୈତ୍ର ମାସର ଶେଷ ମଙ୍ଗଳବାର। ଆଉ ଏହି ଅବସରରେ ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ଏକ ମେଳା ଅନୁଷ୍ଠିତ ହୋଇଥିଲା | ଆଉ ଏହି ଅବସରରେ ମନ୍ଦିରରେ ବହୁତ ମାତ୍ରାରେ ଭକ୍ତଙ୍କ ସମାଗମ ହୋଇଥିଲା | ସେଠାରେ ଅନୁଷ୍ଠିତ ହେଉଥିବା ମେଳା ଏବଂ ଦର୍ଶନ ପାଇଁ ସଠିକ୍ ବ୍ୟବସ୍ଥା ନହେବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପୂଜା ପାଇଁ ଶୃଙ୍ଖଳିତ ଭାବେ ଧାଡି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଦର୍ଶନ ପାଇଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଅଘଟଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ