Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁରୋପୀୟ ଦେଶ ସ୍ୱିଡେନ୍‌ରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା! ୧୨୦ ଜଣ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ

ନୂଆଦିଲ୍ଲୀ, ୩୧|୩: ୟୁରୋପୀୟ ଦେଶ ସ୍ୱିଡେନ୍‌ରୁ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଆସିଛି ଯାହା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହେବ! ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ୧୨୦ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ | ପବ୍ଲିକ୍ ପ୍ରସିକ୍ୟୁସନ୍ ଅନୁସାରେ, ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ଦୀର୍ଘ ଦିନ ଧରି ଯୌନ କାର୍ଯ୍ୟକଳାପ କରିବାକୁ ବାଧ୍ୟ କରିଥିଲେ।

ଏବେ ଏହି ଘଟଣା ପୁରା ସ୍ୱିଡେନରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ଜଣେ ଫରାସୀ ମହିଳା ଗିସେଲ୍ ପେଲିକୋଟଙ୍କ ସହିତ ତୁଳନା କରାଯାଉଛି, କାରଣ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନିଶା ଦେଇ ଅନ୍ୟମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏନେଇ ମହିଳା ଜଣକ ୨୦୨୫ ଅକ୍ଟୋବରରେ ତାଙ୍କ ୬୨ ବର୍ଷୀୟ ସ୍ୱାମୀଙ୍କ ବିରୋଧରେ ଏକ ଅଭିଯୋଗ ଦାୟର ମଧ୍ୟ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ ମଧ୍ୟ ହୋଇଥିଲା। ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଏଭଳି ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ |

ତେବେ ଅଭିଯୁକ୍ତଙ୍କ ବିରୋଧରେ ରଖିଛି ଏକାଧିକ ଅଭିଯୋଗ | ଅନଲାଇନରେ ବିଜ୍ଞାପନ ଦେବା , ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ଆଦି ବିଭିନ୍ନ ଅଭିଯୋଗ ରହିଛି ଅଭିଯୁକ୍ତଙ୍କ ନାମରେ । ତାଙ୍କ ବିରୁଦ୍ଧରେ ହିଂସା, ଧମକ ଏବଂ ମହିଳାଙ୍କ ନିଶା ଦେଇ ଶୋଷଣ କରିବାର ଅଭିଯୋଗ ମଧ୍ୟ ରହିଛି । ପବ୍ଲିକ ପ୍ରସିକ୍ୟୁଟର ଇଡା ଆନର୍ଷ୍ଟେଡ୍ଟଙ୍କ ସୂଚନା ଅନୁସାରେ , ମହିଳା ଜଣକ ଏପରି କାର୍ଯ୍ୟକଳାପରେ ଲିପ୍ତ ହେବାକୁ ନିଜେ ଆଗ୍ରହୀ ଥିଲେ। କିନ୍ତୁ ଯେତେବେଳେ ମନା କରୁଥିଲେ , ସେତେବେଳେ ମଧ୍ୟ ତାଙ୍କ ଉପରେ ଚାପ ପକାଯାଇଥିଲା।

ସ୍ୱିଡିସ୍ ଆଇନ ଅନୁସାରେ, ଯୌନ ସେବା ଏକ ଅପରାଧ। ଏଭଳି ଅପରାଧରେ ସହାୟତା କରିବା ମଧ୍ୟ ବେଆଇନ ଅଟେ । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିବି ସତ୍ତ୍ୱେ ଅଭିଯୁକ୍ତ ସ୍ବାମୀ ଏହାକୁ ଅସ୍ୱୀକାର କରିଛନ୍ତି। ଏହି ମାମଲାରେ ଉକ୍ତ ୧୨୦ ଜଣ ସନ୍ଦିଗ୍ଧ ଗ୍ରାହକଙ୍କୁ ଚିହ୍ନଟ କରାଯାଇଥିବା ସୂଚନାରୁ ମିଳିଛି । ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ବିରୋଧରେ ଯୌନ ସେବା କ୍ରୟ କରିବା ଅଭିଯୋଗ ମଧ୍ୟ ଆସିଛି। ବାକି ଅନ୍ୟମାନଙ୍କ ବିଷୟରେ ତଦନ୍ତ ଚାଲିଛି। ତେବେ ଆସନ୍ତା ଏପ୍ରିଲ ୧୩ ରେ ଏହି ମାମଲାର ବିଚାର ଆରମ୍ଭ ହେବାର ତାରିଖ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ