Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦ, ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ, ୩୧|୩ : ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେଙ୍କ ମାର୍ତବ୍ୟକୁ ନେଇ ଦେଶ ଓ ଓଡିଶାର ରାଜନୀତିରେ ବଡ ବିବାଦ ସୃଷ୍ଟି ହୋଇଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କୁ ନେଇ CIA ସହ ସମ୍ପର୍କ ରହିଥିବା କଥା କହିଛନ୍ତି | ଏହାସହିତ ୧୯୬୨ ମସିହାରେ ଚୀନ ଯୁଦ୍ଧ ପ୍ରସଙ୍ଗ ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟିର ଅଧକ୍ଷ ନିଶିକାନ୍ତ ଦୁବେ । ସେ କହିଥିଲେଯେ, ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଯୁଦ୍ଧ ଲଢ଼ିଥିଲେ। ଆଉ ସେହି ଯୁଦ୍ଧରେ ମୁଖ୍ୟ ଭୂମିକା ନିଭାଇଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ | ଏଭଳି ବିବାଦପୂର୍ଣ୍ଣ ମନ୍ତବ୍ୟକୁ ନେଇ ଗଭୀର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ମତାମତ ପରେ ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ତୀବ୍ର ବିରୋଧ କରଥିଲେ ଏବଂ ରାଜ୍ୟସଭାରେ ଦଳର ସାଂସଦମାନେ ୱାକ ଆଉଟ କରିଥିଲେ । ନିଶିକାନ୍ତ ଦୁବେଙ୍କ ମତାମତକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ବିଜୁ ଜନତା ଦଳ (BJD)ର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର | ଏହାକୁ “ଭୁଲ ଓ ଅପମାନଜନକ” ବୋଲି କହିଥିଲେ ଏବଂ ପ୍ରତିବାଦ ସ୍ୱରୂପ କମିଟିରୁ ଇସ୍ତଫା ଦେଇଥିଲେ ।

ତେବେ ଆଜି ବିଧାନସଭାରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ଉଠାଇ ପ୍ରତିବାଦ କରିଥିଲେ ଏବଂ ସରକାର ମଧ୍ୟ ଏହି ମନ୍ତବ୍ୟକୁ ନେଇ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି | ଏହାକୁ କଂଗ୍ରେସ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ମଧ୍ୟ କଡା ନିନ୍ଦା କରିଛନ୍ତି | ଅନେକ ନେତା କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଓଡିଶାର ଗୌରବ, ତେଣୁ ଏପରି କଥା ଓଡ଼ିଶାର ଲୋକଙ୍କ ଭାବନାକୁ ଆଘାତ କରିଛି । ଏହି ସମୟରେ ନିଶିକାନ୍ତ ଦୁବେ ନିଜ ସଫେଇରେ କହିଛନ୍ତି ଯେ, ସେ ବିଜୁ ପଟ୍ଟନାୟକଙ୍କ ବିରୋଧରେ କିଛି ଭୁଲ କହିନାହାନ୍ତି ଏବଂ ତାଙ୍କ କଥାକୁ ଭୁଲଭାବେ ବୁଝାଯାଇଛି । କିନ୍ତୁ ଏହି ଘଟଣା ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ