Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ନୂଆ ସୁଭଦ୍ରା ଆବେଦନ; ଏପ୍ରିଲ ୩୦ ଶେଷ ତାରିଖ

ଭୁବନେଶ୍ୱର, ୧|୪ : ଆଜିଠୁ ସୁଭଦ୍ରା ଯୋଜନାରେ ଯୋଡି ହେବାକୁ ଥିବା ଆବେଦନକାରୀ ପାଇଁ ପ୍ରତାଳ ଖୋଲିବ | ନୂଆ ଆବେଦନକାରୀମାନେ ଆଜିଠାରୁ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୩୦ ରହିଛି ଶେଷ ତାରିଖ | ଆଜିଠୁ ଏପ୍ରିଲ ୩୦ ଯାଏଁ ଆବେଦନ କରିପାରିବେ ଆବେଦନକାରୀ । ତେବେ ଏଠାପାଇଁ ଆବେଦନକାରୀଙ୍କ ବୟସ ୨୦୨୬ ଏପ୍ରିଲ ୧ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ | ଏନେଇ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନ ଥିବେ, ସେମାନେ ହିଁ ଏହି ସମୟସୀମା ଭିତରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳା ଆଉଥରେ ଆବେଦନ କରିପାରିବେ ନାହିଁ । ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ପାଇପାରିବେ। ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ