ଭିଜିଲାନ୍ସ ହାତରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର! ଚଢାଉରେ ପ୍ଲଟ ସମେତ ୧ କିଲୋ ୧୪୦ ଗ୍ରାମ୍ ସୁନା ଜବତ
ଭୁବନେଶ୍ୱର,୧।୪ : ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ | ଚଢ଼ାଉରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ୨୯ଟି ପ୍ଲଟ ଠାବ । ଏହା ସହିତ ୧ କିଲୋ ୧୪୦ ଗ୍ରାମ୍ ସୁନା ମଧ୍ୟ ଜବତ ହୋଇଛି | ସୂଚନା ଅନୁସାରେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ଯାହା ମିଳିଲା ତାହା ଭିଜିଲାନ୍ସ ବିଭାଗକୁ ଆଶ୍ଚର୍ଯ୍ୟ କରିଛି | ଚଢ଼ାଉରେ ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ଏହାସହିତ ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି ।
କେବଳ ଏତିକି ନୁହେଁ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।ତେବେ ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ ।

