Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲାକମେଲିଂର ଶିକାର ହୋଇ ଯୁକ୍ତ ତିନି ଛାତ୍ରୀଙ୍କ ଆତ୍ମହତ୍ୟା!

ବ୍ରହ୍ମପୁର, ୨ |୪: ବ୍ଲାକମେଲିଂର ଶିକାର ହୋଇ ଯୁକ୍ତ ତିନି ଛାତ୍ରୀଙ୍କ ଆତ୍ମହତ୍ୟା! ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ | ଗତ ପାଞ୍ଚଦିନ ହେଲା ସେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ | ଆଉ ଆଜି ଅବସ୍ଥା ଅତି ଗୁରୁତର ହେବାରୁ ପ୍ରାୟ ୫ଦିନର ସଂଘର୍ଷ ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ , ଗଞ୍ଜାମ ଭେଟନଇ ଗ୍ରାମର ରମାକାନ୍ତ ରଣାଙ୍କ ଝିଅ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଯୁକ୍ତତିନିରେ ପାଠ ପଢୁଥିଲେ । ଏବଂ ତାଙ୍କର କୋଦଳା ଥାନା ଅନ୍ତର୍ଗତ ଶାଳବଣ ଗ୍ରାମର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରହିଥିଲା ।

ସମୟ ଅନୁସାରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଗଭୀର ରୂପ ନେଇଥିଲା | ଯେଉଁଥିରେ ବିବାହ କରିବାକୁ ଛାତ୍ରୀ ଜଣକ ଯୁବକଙ୍କୁ କହିଥିଲେ ଆଉ ଯୁବକ ଜଣକ ଏଥିରେ ରାଜି ହୋଇ ନଥିଲେ | ଏପରିକି ଯୁବକ ଜଣକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି କହି ବ୍ଲାକମେଲିଂ ମଧ୍ୟ କରୁଥିଲେ | ଯାହା ପରେ ଯୁବତୀ ଜଣକ ରୋଷେଇ ଘରେ ଥିବା କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଏବଂ ଅପ୍ରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟପଟେ ପୁଲିସ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ ମଧ୍ୟ କରିଥିବା ଜଣାପଡିଛି | ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ନିଜର ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ