Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକାଳେ ମୋଦିଙ୍କ ଠାରୁ ଆଶୀର୍ବାଦ ନେଲେ ଦିଲୀପ ରାୟ, ସନ୍ଧ୍ୟାରେ ବିଜୁ ବାବୁଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ଦର୍ପଣ ଦେଖେଇଲେ

ଭୁବନେଶ୍ୱର, ୧|୪: ନିକଟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟିର ଅଧକ୍ଷ ନିଶିକାନ୍ତ ଦୁବେଙ୍କ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ତୃଣ ମୂଳ ସ୍ତରରୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ବିରୋଧ ତୀବ୍ର ହୋଇଥିଲା | ବିରୋଧୀ ଦଳର ନେତାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଏହି ମନ୍ତବ୍ୟର ପ୍ରତିବାଦ କରିଥିଲେ | ଏପରିକି ଏହି ମନ୍ତବ୍ୟକୁ ଖୋଲାଖୋଲି ବିରୋଧ କରିଥିଲେ ଖୋଦ ବିଜେପି ଦଳର ବିଧାୟକ ଏବଂ ସାଂସଦ | ଏଥିରୁ ବାଦ ପଡିନଥିଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ | ରାଜ୍ୟସଭା ଚତୁର୍ଥ ଆସନରେ ବିଜୟ ଲାଭ କରିବା ପରେ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ସମୟରେ ସମର୍ଥନ ଆଉ ପ୍ରେରଣା ଯୋଗାଇଥିବା ଲାଗି ନିଜର କୃତଜ୍ଞତା ଜଣାଇଥିଲେ | ଆଉ ଠିକ ସେଦିନ ସନ୍ଧ୍ୟାରେ ନିଶିକାନ୍ତ ଦୁବେଙ୍କ ବିଜେପିର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟିର ଅଧକ୍ଷ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଜୋର ବର୍ଷିଥିଲେ ଦିଲ୍ଲୀପ ରାୟ | ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଦିଲ୍ଲୀପ ରାୟଙ୍କୁ ଦୁବେଙ୍କ ଏହି ମନ୍ତବ୍ୟ ଗଭୀର ଭାବେ ଆଘାତ ଦେଇଥିଲା | ଏ ନେଇ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ମଧ୍ୟ ଏକ ପୋଷ୍ଟ କରିଥିଲେ |

ଯେଉଁଥିରେ ସେ ଲେଖିଥିଲେଯେ, ” ବିଜୁ ବାବୁଙ୍କ ଜୀବନ ସାହସ, ତ୍ୟାଗ, ଦୂରଦୃଷ୍ଟି ଗଭୀର ଦେଶପ୍ରେମର ଏକ ପ୍ରମାଣ ଥିଲା। ସେ କେବଳ ଓଡ଼ିଶାର ଜଣେ ଉଚ୍ଚମାନର ନେତା ନଥିଲେ, ବରଂ ଜଣେ ବିରଳ ରାଷ୍ଟ୍ରନିର୍ମାତା ଥିଲେ ଯାହାଙ୍କ ଜୀବନ ଏବଂ କାର୍ଯ୍ୟ ଭାରତର ରାଜନୈତିକ ଏବଂ ରଣନୈତିକ ଇତିହାସରେ ଏକ ଗଭୀର ଛାପ ଛାଡ଼ିଥିଲା। ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାଠାରୁ ଆରମ୍ଭ କରି ଜାତିର ସେବାରେ ତାଙ୍କର ସାହସିକ ବିମାନ ଯାତ୍ରା ବିଜୁ ବାବୁଙ୍କ ସହସ୍ର ପ୍ରମାଣ ଥିଲା | ସ୍ୱାଧୀନତା ପରବର୍ତ୍ତୀ ଭାରତର ପ୍ରାରମ୍ଭିକ ଇତିହାସର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକରେ ତାଙ୍କର ଅବଦାନ ପର୍ଯ୍ୟନ୍ତ, ବିଜୁ ବାବୁ ସାହସ, ଦୃଢ଼ ବିଶ୍ୱାସ ସହିତ ପ୍ରତି ପରିସ୍ଥିତିର ସମାନ କରୁଥିଲେ | ତାଙ୍କର ବ୍ୟକ୍ତିତ୍ୱ ଅସାଧାରଣ ରହିଥିଲା |

ଭାରତ ଏବଂ ଓଡ଼ିଶା ପ୍ରତି ତାଙ୍କର ଅସାଧାରଣ ଅବଦାନକୁ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅପମାନଜନକ ଅଟେ | ଇତିହାସ ଉପରେ କିମ୍ବା ସରକାର ଜଟିଳ ଏବଂ କଷ୍ଟକର ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେହି ବିତର୍କ କରିପାରିବେ – କିନ୍ତୁ ବିଜୁ ବାବୁଙ୍କ ଜାତୀୟତାବାଦୀ ଆତ୍ମା, ତାଙ୍କ ସାଧୁତା କିମ୍ବା ଭାରତ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ। ସେ ଗର୍ବର ସହିତ ଓଡ଼ିଶା ପାଇଁ ଏବଂ ସାହସର ସହିତ ଭାରତ ପାଇଁ ଛିଡା ହୋଇଥିଲେ। ତାଙ୍କ ଜୀବନ ଦୃଢ଼ ବିଶ୍ୱାସ, କାର୍ଯ୍ୟ ଏବଂ ସେବା ଦ୍ୱାରା ପରିଭାଷିତ ହୋଇଥିଲା – କେବେ ଦ୍ୱିଧା ଦ୍ୱାରା ନୁହେଁ, କେବେ ସ୍ୱାର୍ଥ ଦ୍ୱାରା ନୁହେଁ। ଓଡ଼ିଶାବାସୀଙ୍କ ପାଇଁ, ବିଜୁ ବାବୁ ଗର୍ବ, ଐତିହ୍ୟ, ପରିଚୟ ଏବଂ ସମ୍ମାନର ପ୍ରତିନିଧିତ୍ୱ କରନ୍ତି।

ତାଙ୍କର ଅବଦାନ ସର୍ବଦା ସମ୍ମାନ ଯୋଗ୍ୟ। ତାଙ୍କର ଐତିହ୍ୟ ସମ୍ମାନ ପାଇବା ଉଚିତ। ଏବଂ ବିଜୁ ବାବୁଙ୍କୁ ସର୍ବଦା ଭାରତର ଜଣେ ଦୃଢ଼ ଜାତୀୟତାବାଦୀ ଏବଂ ଓଡ଼ିଶାର ଜଣେ ଗର୍ବିତ ପୁତ୍ର ଭାବରେ ମନେ ରଖାଯିବ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ