ପୁରୀ ଜିଲ୍ଲାରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର!
ଭୁବନେଶ୍ୱର, ୪|୪ : ଶ୍ରୀକ୍ଷେତ୍ର ଧାମ ପୁରୀ ଜିଲ୍ଲାରେ ହେବ ବିମାନବନ୍ଦର! ବିଭିନ୍ନ ଦେଶ ବିଦେଶକୁ ଉଡାଣ ଭରିବ ବିମାନ । ଏନେଇ ପ୍ରସ୍ତୁତି ଆରମ୍ଭ | ମିଳିଲା ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ଅନୁମତି | ଏଥିପାଇଁ କେନ୍ଦ୍ର ସରକାର ପ୍ରାଥମିକ ଅନୁମୋଦନ ଦେଇଛନ୍ତି । ତେବେ ଏହି ପ୍ରକଳ୍ପକୁ ବାସ୍ତବରେ ରୂପାୟନ କରିବା ଦିଗରେ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ ରହିବ । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ବିମାନବନ୍ଦର ପାଇଁ ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବାକୁ ସରକାର ଅନୁମୋଦନ କରିଛନ୍ତି ।

