Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବତା ପୁଷ୍ପ ବର୍ଷା କଲେ ଏବଂ ଗଧ ଚିତ୍କାର କରିବାକୁ ଲାଗିଲେ, ନୂତନ ସଂସଦ ଭବନ ଉପରେ କଂଗ୍ରେସ ନେତାଙ୍କ ଟୁଇଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଭବ୍ୟ ଏବଂ ଅତ୍ୟାଧୁନିକ ସଂସଦ ଭବନ ଭାରତର ଆକାଂକ୍ଷା ଏବଂ ଆବଶ୍ୟକତା ଦୃଷ୍ଟିରେ ନିର୍ମାଣ ହୋଇଛି। ଏହି କାର‌୍ୟ୍ୟକ୍ରମକୁ ୨୦ ବିରୋଧୀ ଦଳ ବହିଷ୍କାର କରିଛନ୍ତି। ଅନ୍ୟପଟେ ୨୫ରୁ ଅଧିକ ଦଳ ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ନୂତନ ସଂସଦ ଭବନର ଉଦଘାଟନ ଉପରେ ଯେଉଁଠି ବିରୋଧୀ ଦଳ ବିଜେପି ଉପରେ ହମଲା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ନେତାଙ୍କ ଟୁଇଟ୍ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଟୁଇଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କଂଗ୍ରେସ ନେତା ଲେଖିଛନ୍ତି- ଦେବତା ପୁଷ୍ପ ବର୍ଷା କଲେ ଏବଂ ଗଧ ଚିତ୍କାର କଲେ।

ବିରୋଧୀ ଦଳମାନଙ୍କ ଦ୍ଵାରା ନୂତନ ସଂସଦ ଭବନର ଉଦଘାଟନ କାର‌୍ୟ୍ୟକ୍ରମକୁ ବହିଷ୍କାର କରାଯିବା ମଧ୍ୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ ଟୁଇଟ୍ କରିଛନ୍ତି। ତାଙ୍କର ଟୁଇଟ୍ ହିଁ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ କହିଛନ୍ତି ଧର୍ମ ଦଣ୍ଡ ସ୍ଥାପିତ ହୋଇଗଲା। ଦେବତା ପୁଷ୍ପ ବର୍ଷା କରିବାରେ ଲାଗିଲେ ଏବଂ ଗଧ ଚିତ୍କାର କଲେ।ଟ

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ସଂସଦ ହେଉଛି ଜନତାଙ୍କ ସ୍ଵର। ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନକୁ ରାଜ୍ୟାଭିଷେକ ଭାବୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ଐତିହାସିକ କାର୍ଯ୍ୟକ୍ରମରୁ ଦୂରରେ ରଖାଗଲା, ଯାହା ବିଜେପି ଏବଂ ଆରଏସଏସର ଦଳିତ, ଆଦିବାସୀ ଏବଂ ପଛୁଆ ସମୁଦାୟ ବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି ବିରୋଧୀ ଦଳ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ହୋମ-ପୂଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଦେଶକୁ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡ଼ୁର ଅଧୀନମଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସେଙ୍ଗୋଲକୁ ନୂତନ ସଂସଦ ଭବନରେ ସ୍ଥାପନ କରିଛନ୍ତି। ସେ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ଏବଂ ସାଧୁଙ୍କ ଆଶୀର୍ବାଦ ନେଇଛନ୍ତି। ଉଦଘାଟନ ସମାରୋହରେ ପାଖାପାଖି ଘଣ୍ଟାଏ ଧରି ହୋମ-ପୂଜା ଚାଲିଥିଲା ଏବଂ ପୂରା ଭବନ ବୈଦିକ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜି ଉଠିଥିଲା। ଏହି ସମୟରେ ପିଏମ ମୋଦୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ।

More Stories