Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ମୃତ୍ୟୁର ୩ମାସ ନପୁରୁଣୁ ମାଁ ବିଷ୍ଣୁପ୍ରିୟାଙ୍କ ପରଲୋକ

ସମ୍ବଲପୁର : ପଶ୍ଚିମାଞ୍ଚଳର ଟାଣୁଆ ନେତା ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ମାଁ ବିଷ୍ଣୁପ୍ରିୟା ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ନେଇ ସମ୍ବଲପୁର ସହର ଚଳ ଚଞ୍ଚଳ ଥିବା ବେଲେ ମଧ୍ୟାହ୍ନରେ ଏଭଳି ଦୁଃସମ୍ବାଦ ଖବର ସହରବାସୀ ଓ ବନ୍ଧୁ ପରିଜନକୁ ସ୍ତବ୍ଧ କରିଦେଇଛି। ମୃ୍ତ୍ୟୁ ସମୟରେ ତାଙ୍କ ସମସ୍ତ ପୁଅ,ବୋହୂ ନାତି ନାତୁଣୀ ଉପସ୍ଥିତ ଥିବା ବେଳେ ଶେଷ ଦର୍ଶନ ପାଇଁ ମୁଦିପଡା ବାସ ଭବନରେ ସୁଧିଜନଙ୍କ ଭିଡ ଲାଗିରହିଛି । ଆଜି ଅପରାହ୍ନ ୪ ଟା ସମୟରେ ସମ୍ବଲପୁର ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ