Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଏଟିଏମ୍ ଓ UPI ଦ୍ୱାରା ତୁରନ୍ତ PF ଟଙ୍କା ଉଠାଇ ପାରିବେ!

ନୂଆଦିଲ୍ଲୀ, 7|4: କର୍ମଚାରୀମାନଙ୍କ ପାଇଁ EPFO ତରଫରୁ ଏକ ବଡ଼ ଖୁସିର ଖବର ଆସିଛି । ବର୍ତ୍ତମାନ PF ଟଙ୍କା ଉଠାଇବା ପ୍ରକ୍ରିୟା ପୂର୍ବ ଠାରୁ ଅଧିକ ସହଜ ହୋଇଛି । ଏପର୍ଯ୍ୟନ୍ତ ଅନଲାଇନ୍ କ୍ଲେମ୍ କରିବା ପରେ ଟଙ୍କା ମିଳିବାକୁ ୭ ରୁ ୧୫ ଦିନ ଲାଗୁଥିଲା, କିନ୍ତୁ ନୂତନ ବ୍ୟବସ୍ଥା ଅନୁସାରେ ଏହା ଏବେ କେବଳ କିଛି ମିନିଟ୍‌ରେ ସମ୍ଭବ ହେବ । ନୂତନ ପ୍ରଯୁକ୍ତିବିଦ୍ୟା ସହିତ EPFO ତାର ସେବାକୁ ଡିଜିଟାଲ୍ ବ୍ୟାଙ୍କିଂ ସହିତ ଯୋଡ଼ିଛି । ଏବେ ଯୋଗ୍ୟ କର୍ମଚାରୀମାନେ ଏଟିଏମ୍ କାର୍ଡ କିମ୍ବା UPI ମାଧ୍ୟମରେ ସିଧାସଳଖ PF ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ । ଏହି ସୁବିଧା ବିଶେଷକରି ଜରୁରୀ ସମୟରେ,ଯେପରିକି ଚିକିତ୍ସା, ବିବାହ, କିମ୍ବା ଶିକ୍ଷା ପାଇଁ ଅତ୍ୟନ୍ତ ଉପକାରୀ ହେବ ।

ଏହି ପ୍ରକ୍ରିୟା ପୂରାପୂରି କାଗଜବିହୀନ ଓ ସରଳ । ଉମଙ୍ଗ୍ ଆପ୍ ଓ ନୂତନ EPFO 3.0 ପୋର୍ଟାଲ ମାଧ୍ୟମରେ ଏହା ଉପଲବ୍ଧ ହେବ । ଏଥିପାଇଁ କର୍ମଚାରୀଙ୍କ UAN ନମ୍ବର ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ । ଅନୁରୋଧ ଦାଖଲ କରିବା ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଯାଞ୍ଚ କରିବ ଓ କିଛି ସମୟ ମଧ୍ୟରେ ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଯିବ । ଏହି ପଦକ୍ଷେପ EPFO ପକ୍ଷରୁ କର୍ମଚାରୀମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ