AI ପ୍ରଭାବରେ ଚାକିରି ହରାଇ, ଆତ୍ମହତ୍ୟା କରିଲେ ଟେକ୍ ଦମ୍ପତି !
ବେଙ୍ଗାଲୁରୁ, 7|4: AI ଯୁଗରେ କାମ ସହଜ ହୋଇଛି ସତ କିନ୍ତୁ ଅନେକ କ୍ଷେତ୍ରରେ ଏହା ଅଭିଶାପ ପାଲଟୁଛି ।ବେଙ୍ଗାଲୁରୁରେ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଆଶ୍ଚର୍ୟଚକିତ କରିଦେଇଛି । ଉଚ୍ଚ ଦରମା ପାଉଥିବା ଏକ ଟେକ୍ ଦମ୍ପତି ନିଜ ଜୀବନ ହରାଇଥିବା ଖବର ସାମ୍ନାକୁ ଆସିଛି ।ସୂଚନା ଅନୁସାରେ, ପୁରୁଷଜଣକ ପ୍ରାୟ ୮୦ ଲକ୍ଷ ଟଙ୍କା ବାର୍ଷିକ ଦରମା ପାଉଥିଲେ । କିନ୍ତୁ ସେ ସେହି ଚାକିରି ହରାଇଥିବା କଥା କୁହାଯାଉଛି, ଚାକିରି ହାରାଇବା ପରେ ସେ ମାନସିକ ଚାପରେ ଥିଲେ । ଘଟଣା ଦିନେ ସେ ତାଙ୍କ ଘରେ ମୃତ ଅବସ୍ଥାରେ ମିଳିଥିଲେ। ଏହା ପରେ କିଛି ସମୟ ମଧ୍ୟରେ ତାଙ୍କ ସ୍ତ୍ରୀ ମଧ୍ୟ ଆପାର୍ଟମେଣ୍ଟର ଉଚ୍ଚ ବିଲଡିଂରୁ ଡେଇଁ ନିଜ ଜୀବନ ହରାଇଥିଲେ । ଦୁହିଁଙ୍କର ମୃତ୍ୟୁ କେବଳ କିଛି ମିନିଟ୍ ମଧ୍ୟରେ ଘଟିଥିବା କୁହାଯାଉଛି । ମାତ୍ର ବର୍ଷକ ତଳେ AI ବ୍ୟବହାର ଯୋଗୁଁ କମ୍ପାନୀ ତାଙ୍କୁ ଚାକିରିରୁ ଛଟେଇ କରିଦେଇଥିଲା ।ଏହାପରେ ସେ ଅନେକ ସ୍ଥାନରେ ଚାକିରି ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଚାକିରି ହାରାଇବା, ବ୍ୟକ୍ତିଗତ ସମସ୍ୟା ଓ ମାନସିକ ଚାପ ଏହି ଘଟଣାର ପ୍ରମୁଖ କାରଣ ହୋଇପାରେ । ଏହି ଘଟଣା ପୁଣିଥରେ ଟେକ୍ନୋଲୋଜି କ୍ଷେତ୍ରରେ ବଢ଼ୁଥିବା ଚାପ ଓ AI ର ପ୍ରଭାବକୁ ଆଲୋକିତ କରିଛି । ଏହା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ।

