Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତି ପଦ ଛାଡି ଭେନେଜୁଏଲାରେ ମଧ୍ୟ ଲଢ଼ିବେ କି ଟ୍ରମ୍ପ ? ଟ୍ରମ୍ପଙ୍କ ନୂଆ ପ୍ଲାନ

ନୂଆଦିଲ୍ଲୀ, 7|4: ବର୍ତମାନ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଏକ କଥା ଏବେ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି ଯେ ତାଙ୍କର ଭେନେଜୁଏଲାରେ ମଧ୍ୟ ବହୁତ ଲୋକପ୍ରିୟତା ରହିଛି ଏବଂ ସେ ଭବିଷ୍ୟତରେ ସେଠାରେ ରାଷ୍ଟ୍ରପତି ପଦ ପାଇଁ ଲଢ଼ିବାକୁ ଭାବିପାରନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ହାଲୁକା ଭାବରେ କହିଥିଲେ ଯେ ଭେନେଜୁଏଲାରେ ସେ ଅନ୍ୟ ଯେକୌଣସି ନେତାଠାରୁ ଅଧିକ ପୋଲ ରେଟିଂ ପାଇପାରିବେ । ସେ କହିଥିଲେ, ଆମେରିକାର କାର୍ଯ୍ୟ ସମାପ୍ତ କରିବା ପରେ ସେ ଭେନେଜୁଏଲାକୁ ଯାଇ ନିର୍ବାଚନ ଲଢ଼ି ପାରନ୍ତି ।ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ପୂର୍ବରୁ ଆମେରିକା ନିକଲାସ୍ ମଦୁରୋ ଙ୍କ ବିରୋଧରେ କଡ଼ା ମନୋଭାବ ନେଇଥିଲା । ଖବର ଅନୁସାରେ, ଆମେରିକା ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଙ୍କୁ ନିଶା ଚାଲାଣ ଅଭିଯୋଗରେ ଧରିବାକୁ ଚେଷ୍ଟା କରିଥିଲା ।ଟ୍ରମ୍ପ ଆହୁରି କହିଛନ୍ତି ଯେ, ସେ ‘ଶୀଘ୍ର ସ୍ପାନିଶ୍ ଭାଷା ଶିଖିବେ ଓ ଭେନେଜୁଏଲାରେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବେ’ । ସେ ଏହା ମଧ୍ୟ କହିଥିଲେ ଯେ ସେଠାରେ ବର୍ତ୍ତମାନ ଶାସନ କରୁଥିବା ନେତୃତ୍ୱ ସହିତ ଆମେରିକାର ଭଲ ସମ୍ପର୍କ ରହିଛି । ଏହା ସହିତ ସେ ଦାବି କରିଥିଲେ ଯେ ଭେନେଜୁଏଲା ସହିତ ସଂଘର୍ଷ ଅତ୍ୟନ୍ତ ଶୀଘ୍ର ଶେଷ ହୋଇଥିଲା ଏବଂ ଆମେରିକା ସେଠାରୁ ବହୁ ପରିମାଣର ତେଲ ସୁରକ୍ଷିତ କରିପାରିଛି । ଯାହାକୁ ହ୍ୟୁଷ୍ଟନରେ ବିଶୋଧନ ଏବଂ ପ୍ରକ୍ରିୟାକରଣ କରାଯାଇଛି; ଏହା ମାଧ୍ୟମରେ, ସେହି ଯୁଦ୍ଧର ଖର୍ଚ୍ଚ ପୂର୍ବରୁ ଅନେକ ଥର ପୂରଣ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ