Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମସାରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସିଏମଇ ଆୟୋଜନ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଵୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଟ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର ) ବୁର୍ଲାର କମ୍ୟୁନିଟି ମେଡିସିନ ବିଭାଗ ପକ୍ଷରୁ ସିଏମଇ କାର୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡା. ସ୍ମିତାରାଣୀ କୁମାରୀ ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଆଧାରିତ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଡା. ରୋହନ ନାୟକ , ଡା. ସୋମ୍ୟା, ଡା. ସିପାନ ଓ ଡା. ପ୍ରିୟଙ୍କା ପ୍ରମୁଖ ବିଭିନ୍ନ ଜନସ୍ୱାସ୍ଥ୍ୟ ବିଷୟରେ ପ୍ରସ୍ତୁତି ରଖିଥିଲେ। ଏହା ସହିତ, ଅଣ୍ଡରଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶ୍ନୋତ୍ତର ସ୍ତରରେ ସକ୍ରିୟ ଭାଗ ନେଇଥିଲେ ଓ ସ୍ୱାସ୍ଥ୍ୟ ସଚେତନତା ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ