Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳାରେ ଜନଗଣନା ପ୍ରଶିକ୍ଷଣ ଶିବିର ଉଦଯାପିତ, ଗଣନା କାର୍ଯ୍ୟରେ ସହଯୋଗ ପାଇଁ ନିବେଦନ

ଆସନ୍ତା ୧୬ତାରିଖରୁ ଜନଗଣନା ୨୦୨୭ ପାଇଁ ଆରମ୍ଭ ହେବାର ଅଛି l ଏନେଇ ଗୃହତାଲିକା ଓ ଗୃହଗଣନା ପାଇଁ ଗୋଶାଳା ସରକାରୀ ହାଇସ୍କୁଲ ପରିସରରେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିରରେ ବିଭିନ୍ନ ପ୍ରାନ୍ତରରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଆରଆଇ, ଏଆରଆଇ ପ୍ରମୁଖ ୪୫ଜଣ ଜନଗଣନା ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ l ଅତିରିକ୍ତ ତହସିଲଦାରଶ୍ରୀଯୁକ୍ତ ରଫିକ ଅହମ୍ମଦ ଓ ସଞ୍ଜୁ କୁମାର ସାହୁ ତିନିଦିନ ଧରି ସୁନ୍ଦର ଭାବରେ ପ୍ରଶିକ୍ଷଣ ଦେଇଥିଲେ l ଉଦଯାପନୀ ଦିବସରେ ରାଜଧାନୀ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ ଉଚ୍ଚ ଅଧିକାରୀ ଶ୍ରୀଯୁକ୍ତ ଅଭିଷେକ ମିଶ୍ର ଶିବିର ପରିଦର୍ଶନ କରି ସମସ୍ତଙ୍କସହ ଭାବରଆଦାନପ୍ରଦାନ କରିଥିବାବେଳେ, ସମସ୍ତଙ୍କ ପ୍ରଶ୍ନର ଉତ୍ତରଦେଇ ସମସ୍ତ ପ୍ରଶ୍ନର ସମାଧାନ କରିଥିଲେ ଳ ପ୍ରତ୍ୟହ ସମସ୍ତଙ୍କ ପାଇଁ ଜଲପାନ, ଭୋଜନ ବ୍ୟବସ୍ଥା ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ସମସ୍ତେ ପ୍ରଶିକ୍ଷାର୍ଥୀ, ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ l ଆଗାମୀ ୧୫ ତାରିଖ ମଧ୍ୟରେ ଲୋକମାନେ ଚାହିଁଲେ ନିଜ ନିଜ ଗୃହଗଣନା ନିଜ ସ୍ମାର୍ଟ ମୋବାଇଲରେ କରିପାରିବେ ଏବଂ ଏଥିପାଇଁ https://se.census.gov.in ୱେବ ସାଇଟକୁ ଯାଇ ସେଲ୍ଫ ସେନସସ କରିପାରିବେ ବୋଲି ସୂଚନା ଦିଆଯାଇଛି l ଏହି ଗୃହ ଗଣନା କାର୍ଯ୍ୟରେ ସମସ୍ତ ବୁଦ୍ଧିଜୀବୀ, ସଚେତନ ନାଗରିକ ସହଯୋଗ ଗଣନାକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ