Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଣବ ପ୍ରକାଶଙ୍କ ଘର ସମ୍ମୁଖରେ ଗୁଳିକାଣ୍ଡ; ଶାସକ ଦଳକୁ କଡା ନିନ୍ଦା କଲେ ଵିଜେଡ଼ି ନେତା

ଭୁବନେଶ୍ୱର ୮ |୪: ଗତକାଲି ବିଳମ୍ବିତ ରାତିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଘର ସମ୍ମୁଖରେ ଗୁଳିକାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ | ଏହି ଘଟଣାରେ ବବି ଦାସ ଶାସକ ଦଳକୁ କଡା ନିନ୍ଦା କରିଛନ୍ତି | ଏନେଇ ସେ ସୋସିଆଲ ମିଡ଼ିଆ ଫେସବୁକରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତିଯେ, “ମୋ ଘର ସମ୍ମୁଖରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏକ ନୀତିହୀନ ସରକାରରେ ଭୁଷୁଡ଼ି ପଡ଼ିଥିବା ଆଇନ ବ୍ୟବସ୍ଥାର ଏହା ଏକ ନଗ୍ନ ଚିତ୍ର।’

“ବିଜେପିର କୁଶାସନର ପରିଣାମ ଆଜି ସମସ୍ତେ ଅଙ୍ଗେ ନିଭାଉଛନ୍ତି। ଅପରାଧୀମାନେ ଭୟଶୂନ୍ୟ, ବିଜେପି ସରକାର ସମ୍ବେଦନହୀନ ଓ ଜନତା ଆତଙ୍କିତ। ଘର ସାମ୍ନାରେ ଗୁଳି ଫୁଟିବା, ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି। ପୋଲିସ ପ୍ରଶାସନ ଉପରୁ ଭରସା ତୁଟିସାରିଛି। ଏକ ମୁରବିହୀନ ସରକାରରେ ସାଧାରଣ ଲୋକ ଯେ କେତେ ଭୟଭୀତ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ।ଏହି କାଣ୍ଡ ଭିଆଇଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ସରକାର ଅପରାଧୀଙ୍କୁ ପ୍ରସୟ ଦେଉଛନ୍ତି ବୋଲି ଧରିନିଆଯିବ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ