Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ଟ୍ରମ୍ପ!

ନୂଆଦିଲ୍ଲୀ, ୮|୪: ଆଗାମୀ ୨ ସପ୍ତାହ ପାଇଁ ଆମେରିକା – ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି | ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ତାଙ୍କୁ ଇରାନ ଉପରେ “ବିନାଶକାରୀ ଆକ୍ରମଣ” ବନ୍ଦ କରିବାକୁ ନେଇ ଅନୁରୋଧ କରିଥିଲେ। ଆଉ ଏହାପରେ ଟ୍ରମ୍ପ ଆଗାମୀ ୧୪ ଦିନ ପାଇଁ ବୋମାମାଡ଼ ଏବଂ ଆକ୍ରମଣ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି । ଏହାସହିତ ଟ୍ରମ୍ପ ଇରାନକୁ ତୁରନ୍ତ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ନେଇ ମଧ୍ୟ ସର୍ତ୍ତ ରଖିଛନ୍ତି |

ଏହାସହିତ ଟ୍ରମ୍ପ ତାଙ୍କ ପୋଷ୍ଟରେ ଏହି ନିଷ୍ପତ୍ତି ପଛରେ ଥିବା ରଣନୈତିକ କାରଣଗୁଡ଼ିକୁ ମଧ୍ୟ ପ୍ରକାଶ କରିଛନ୍ତି। ଆମେରିକା ଇରାନକୁ ଏକ “୧୦-ସୂତ୍ରୀ ପ୍ରସ୍ତାବ” ପଠାଇଛି । ତେବେ ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଦୁଇ ସପ୍ତାହର ସମୟ ସୀମା ଧାର୍ଯ୍ୟ କରାଯାଇଛି | ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ପରିସ୍ଥିତି ଧୀରେ ଧୀରେ ସମାଧାନ ଆଡକୁ ମୁହାଉଁଛି । ଯଦି ଏହି ଦୁଇ ସପ୍ତାହର ଅବଧି ସଫଳ ହୁଏ, ତେବେ ଏହି ନିଷ୍ପତ୍ତି ଆଗକୁ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବାରେ ସହଯୋଗ କରିପାରେ । ତେବେ ବର୍ତ୍ତମାନ ପାଇଁ, ସମଗ୍ର ବିଶ୍ୱର ଇରାନର ପରବର୍ତ୍ତୀ ପଦକ୍ଷେପ ଏବଂ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ଉପରେ ନଜର ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ