ସୋସିଆଲ ମିଡିଆରେ ଗାଳି କଲେ ଭୋଗିବେ ଭୟଙ୍କର ପରିଣାମ!: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର ୮ | ୪: ଏଣିକି ସୋସିଆଲ ମିଡିଆରେ ଗାଳି କରିବା ମହଙ୍ଗା ପଡିବ | ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ | ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ | ଦିନକୁ ଦିନ ସୋସିଆଲ ମିଡ଼ିଆ ଯେଉଁଭଳି ଭାବରେ ବିଷାକ୍ତ ହୋଇ ଚାଲିଛି ତାକୁ ରୋକିବାକୁ ସରକାର ଚିନ୍ତା କରୁଛନ୍ତି | ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋସିଆଲ ମିଡ଼ିଆରେ ନିଜ ଆକାଉଣ୍ଟରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି | ଯେଉଁଥିରେ ସେ କହିଛନ୍ତିଯେ, ସୋସିଆଲ ମିଡ଼ିଆ ଦିନକୁ ଦିନ କୁତ୍ସିତ ହେବାକୁ ଆରମ୍ଭ କଲାଣି | ସେ ଆହୁରି ମଧ୍ୟ କହିଛନ୍ତିଯେ, ଲୋକ ମନ ଇଛା ଯାହାକୁ ଯାହା ପାରୁଛନ୍ତି ତାହା କହୁଛନ୍ତି | ଭାଷାର ସଂଯମତା ରହୁନାହିଁ | କେଉଁ ବୟସର ବ୍ୟକ୍ତିବିଶେଷ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ତାହା ବିଚାର ନ କରି କିଛି କଦର୍ଯ୍ୟ ମାନସିକ ପ୍ରବୃତ୍ତିର ବ୍ୟକ୍ତି ବିଶେଷ ଯାହା ପାରନ୍ତି ତାହା କୁହନ୍ତି | ଅସଭ୍ୟ ଭାଷାରେ କାହାକୁ ଗାଳି ଗୁଲଜ କରିବା ସହ ଓ କମେଣ୍ଟ ବକ୍ସରେ କଦର୍ଯ୍ୟ କରିକି ଲେଖନ୍ତି | ଏନେଇ କଠୋର ନିୟମ ଲାଗୁ ହେବା ଅତ୍ୟନ୍ତ ଜରୁରୀ | ତେଣିକି ସେ ରାଜନୈତିକ କ୍ଷେତ୍ରର ବ୍ୟକ୍ତି ବିଶେଷ ହୁଅନ୍ତୁ, ଅନ୍ୟ କୌଣସି କ୍ଷେତ୍ରର କିମ୍ବା ସାଧାରଣ ଲୋକ ଯିଏ ଏଭଳି କୁତ୍ସିତ ମାନସିକତା ପରିପ୍ରକାଶ କରିବା ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ | ସୋସିଆଲ ମିଡ଼ିଆର ଦୁରୁପଯୋଗ କଲେ ନିଆଯିବ କଡା ଆକ୍ସନ | ଏହା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି |

