ରାଇସ ମିଲ ଟ୍ରାନ୍ସଫର୍ମର ରେ ନିଆଁ, ଆୟତ୍ତ କଲେ ଦମକଲ କର୍ମଚାରୀ
କଳାହାଣ୍ଡି,୦୮/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ଏଚ ଆର ରାଇସ ମିଲ ରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ରେ ବୁଧବାର ସଟ ସର୍କିଟ କାରଣରୁ ନିଆଁ ଲାଗି ଯାଇଥିଲା। ଏନେଇ ରାଇସ ମିଲ ମାଲିକ ମୁକେଶ ଅଗ୍ରୱାଲ କୋକସରା ଦମକଳ ବିଭାଗ କୁ ସୂଚନା ଦେବାପରେ ଦମକଳ ଓ ଆଇ ସି ପ୍ରଶାନ୍ତ କୁମାର ବାଘ ଙ୍କ ନେତୃତ୍ୱରେ ଦମକଳ କର୍ମଚାରୀ ହାବିଲଦାର ସୁନୀଲ ରଞ୍ଜନ ବାର୍ଳା, ରାଧେଶ୍ୟାମ ପ୍ରଧାନୀ,ଲଳିତ ପୁଟେଲ, ଉମା ଶଙ୍କର ନାଏକ, ଦେବାଶିଷ ମହାପାତ୍ର ମାନେ ଘଟଣାସ୍ଥଳ ରେ ପହଞ୍ଚି ଟ୍ରାନ୍ସଫର୍ମର ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ କୌଣସି ନିଆଁ ରେ ମିଲ ର ଅନ୍ୟ ସ୍ଥାନରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

