ଦୂରଦୁରା ନିକଟରୁ ବିପୁଳ ପରିମାଣର କଫସିରଫ ସହିତ ଗାଡ଼ି ଜପନ କରି ଦୁଇ ଜଣଙ୍କୁ ଗିରଫ କରିଛି ସୁବଳୟା ପୁଲିସ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଦୂରଦୁରା ନିକଟ ରୁ ବୁଧବାର ସୁବଳୟା ପୁଲିସ ବିପୁଳ ପରିମାଣ ରେ କଫ ସିରଫ ଜବତ କରିଥିବା ବେଳେ 2 ଜଣକୁ ଗିରଫ କରିବା ସହ 2000 ବୋତଲ କଫସିରଫ ଓ ଦୁଇଟି ଚାରି ଚକିଆ ଯାନ ଜବତ କରି ଏକ ମାମଲା ରୁଜୁ କରିଛି l ସୂଚନା ଅନୁସାରେ ଉକ୍ତ ରାସ୍ତା ରେ କଫ ସିରଫ ବୋଝେଇ ଗାଡି ଆସିବl ନେଇ ପୁଲିସ କୌଣସି ସୂତ୍ର ରୁ ଖବର ପାଇ ସୁବଳୟା ଥାନା ସୀମାବର୍ତ୍ତୀ ଆମଝିର ନିକଟ ରେ ରାତି ପ୍ରାୟ 4 ଟା ରୁ ଛପିକି ରହିଥିଲା l ଦିନ ପ୍ରାୟ 7.30 ଘଣ୍ଟା ସମୟରେ ପୁଲିସ ସନ୍ଦେହ ରେ ମହିନ୍ଦ୍ର ଏକ୍ସ ୟୁ ଭି (ଓଡି 14 ଏ 0993)ଗାଡି କୁ ଅଟକେଇବାକୁ ଚେଷ୍ଟା କରିଥିଲେ ହେଲେ ଗାଡି ଟି ଦ୍ରୁତ ଗତି ଫେରାର ମାରିବାକୁ ଚେଷ୍ଟା କରି ଦୂରଦୁରା ବାଲି ଘାଟ ରାସ୍ତା କଫ ସିରଫ ବୋଝେଇ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିଲା l କଫସିରଫ ବୋଝେଇ ଗାଡି ସୁଇଫ୍ଟ ଡିଜାର (ଓଡି 5ଏ 82114)କୁ ସୁରକ୍ଷା ଦେଉଥିବା ଗାଡି କୁ ପୁଲିସ ଅଟକ ରଖି ପଚାରୁଚୁରା ପରେ କଫ ସିରଫ କରବାର ରେ ସାମିଲ ଥିବା ଜାଣିବାକୁ ପାଇ ଥିଲା I ପୁଲିସ ସଦର ବଲାଙ୍ଗୀର ର ବରପାଲି ପଡା ର 2 ଅଭିଯୁକ୍ତ ରଞ୍ଜନ କୁମାର ମେହେର (26) ଓ ରୋହନ ଜେନା (26) ଙ୍କୁ ପୁଲିସ ଗିରଫ କରିଥିବା ବେଳେ ଗାଡି ରୁ 2000 କଫ ସିରଫ ବୋତଲ ଜବତ କରିଥିଲେ l ଯାହାର ବଜାର 8 ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଆଲୋଚନା ହେଉଛି l ସୁବଳୟା ଥାନା ଅଧିକାରୀ ଶୁଶାନ୍ତ ପଧାନ ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ ରେ ସାମିଲ ଥିବା ବେଳେ ଏ ନେଇ ଥାନା ଅଧିକାରୀ ତଦନ୍ତ ଜାରି ରଖିଥିବା ଜଣାଯାଇଛି l ଏ ନେଇ ସୁବଳୟା ଥାନା ରେ 66/26 ରେ 21B, 25/29, NDPS Act ଏକ କେସ ରୁଜୁ କରି ଅଧିକ ତଦନ୍ତ କରୁଛି l

