Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ରେ ଆଗ୍ନିକାଣ୍ଡ! ଯାତ୍ରୀମାନଙ୍କ ମଧ୍ୟରେ ଖେଳି ଯାଇଛି ଆତଙ୍କ…

କର୍ଣ୍ଣାଟକ, 9|4 : ଗୁରୁବାର ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ର ରେ ହଠାତ୍ ଆଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଟ୍ରେନ ଚାଲୁଥିବା ସମୟରେ ଟ୍ରେନ୍‌ଟି ମଥୁରା ଜଙ୍କସନ୍ ନିକଟରେ ପହଞ୍ଚିବା ମାତ୍ରେ ଯାତ୍ରୀମାନେ ବି-୧ ଏବଂ ବି-୪ କୋଚ୍‌ରୁ ପ୍ରବଳ ଧୂଆଁ ବାହାରୁଥିବାର ଦେଖିଥିଲେ । ବଗିରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସୂଚନା ମିଳିବା ମାତ୍ରେ ଟ୍ରେନକୁ ତୁରନ୍ତ ରୋକାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତଭାବେ ବାହାର କରାଯାଇଥିଲା । ଏହା ପରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ଓ ରେଲୱେ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟରେ ଲାଗିଥିଲେ ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶର୍ଟ ସର୍କିଟ୍‌ କିମ୍ବା ଅନ୍ୟ କୌଣସି ତ୍ରୁଟି କାରଣରୁ ଏହି ଆଗ୍ନିକାଣ୍ଡ ଘଟିଥାଇପାରେ । ତେବେ ଆଗ୍ନିକାଣ୍ଡରେ କାହାର ଜୀବନ କ୍ଷତି ହୋଇନଥିବା ସୂଚନା ମିଳିଛି । ଏହି ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି ହୋଇଥିଲା । ରେଲ ବିଭାଗ ପକ୍ଷରୁ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସୁପରଫାଷ୍ଟ ଟ୍ରେନ ଯାହା ବିଭିନ୍ନ ସହରକୁ ଦିଲ୍ଲୀ ସହିତ ଯୋଡ଼େ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ