ଭୁବନେଶ୍ୱରର ସୁନ୍ଦରପଡା ରେ ବମ୍ ବିସ୍ଫୋରଣ: ଏନ୍ଆଇଏ ର ତଦନ୍ତ ଆରମ୍ଭ
ଭୁବନେଶ୍ୱର, 9|4 : ଭୁବନେଶ୍ୱରର ସୁନ୍ଦରପଡା ଅଞ୍ଚଳରେ ଘଟିଥିବା ବମ୍ ବିସ୍ଫୋରଣ ଘଟଣା ଏବେ ଗୁରୁତର ହୋଇପଡିଛି ଏବଂ ଏହାର ତଦନ୍ତ ପାଇଁ କେନ୍ଦ୍ରୀୟ ଏଜେନ୍ସି ଏନ୍ଆଇଏ ଆସିଛି । ଘଟଣାଟି ସମୟରେ ସନ୍ଦେହ କରାଯାଉଛି ଯେ ଅଭିଯୁକ୍ତ ବୋମା ତିଆରି କରୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ତା’ ମାଆ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା । ଏହା ପଛରେ କୌଣସି ବଡ଼ ଚକ୍ରାନ୍ତ କିମ୍ବା ଆତଙ୍କବାଦୀ ଯୋଗାଯୋଗ ରହିଛି କି ନାହିଁ, ସେଥିପାଇଁ ଏନ୍ଆଇଏ ଗଭୀର ତଦନ୍ତ ଜାରି ରଖିଛି । ବିଶେଷ କରି ବିସ୍ଫୋରଣରେ କେମିତି ବିସ୍ଫୋରକ ବ୍ୟବହାର ହୋଇଥିଲା, ଅଭିଯୁକ୍ତଙ୍କ ସହ ଅନ୍ୟ କାହାର ଯୋଗାଯୋଗ ରହିଛି କି ନାହିଁ ଓ ରାଜ୍ୟ ବାହାରେ ଲିଙ୍କ୍ ଅଛି କି ନାହିଁ ସେସବୁ ଦିଗରେ ତଦନ୍ତ ଚାଲିଛି । ଏହି ଘଟଣା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଇଥିବା ବେଳେ, ଏବେ ସମସ୍ତଙ୍କ ଦୃଷ୍ଟି ଏନ୍ଆଇଏର ତଦନ୍ତ ର ଫଳାଫଳ ଉପରେ ରହିଛି ।

