Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗତ ୩୦ ବର୍ଷର ସବୁ ଆଇଆଇଟି ଟପ୍ପର କ’ଣ କରୁଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ, 10|4 : ଭାରତର ପ୍ରମୁଖ ପ୍ରବେଶିକା ପରୀକ୍ଷା ଜଏଣ୍ଟ୍ ଇନ୍ଟ୍ରାନ୍ସ ଏକ୍ସାମିନେସନ ରେ ଟପ୍‌ କରିଥିବା ଛାତ୍ରମାନଙ୍କ ଉପରେ ହୋଇଥିବା ଏକ ବିଶ୍ଳେଷଣ, ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ଆଣିଛି । ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ୩୧ ବର୍ଷର ଟପ୍ପରମାନଙ୍କ କ୍ୟାରିୟର ପଥକୁ ଅଧ୍ୟୟନ କରି ଦେଖାଯାଇଛି ଯେ, ଭାରତର ଶ୍ରେଷ୍ଠ ମେଧାବୀମାନେ ଧୀରେ ଧୀରେ କରି ବିଦେଶକୁ ପ୍ରସ୍ଥାନ କରୁଛନ୍ତି । କିଛି ତଥ୍ୟ ଅନୁସାରେ, ୩୧ ଜଣ ଟପ୍ପର ମାନଙ୍କ ମଧ୍ୟରୁ ପ୍ରାୟ ୨୩ ଜଣ ବର୍ତ୍ତମାନ ବିଦେଶରେ କାମ କରୁଛନ୍ତି ଓ କେବଳ ୮ ଜଣ ଭାରତରେ ରହିଛନ୍ତି । ଏହା ସ୍ପଷ୍ଟ ଯେ, ପ୍ରାୟ ୭୫% ମେଧାବୀ ଦେଶ ବାହାରେ କାର୍ଯ୍ୟରତ । ଭାରତରେ ରହୁଥିବାମାନଙ୍କ ମଧ୍ୟରୁ ମଧ୍ୟ ଅଧିକାଂଶ ଅନ୍ତର୍ଜାତୀୟ କମ୍ପାନୀ ସହ କାମ କରୁଛନ୍ତି ।

ବିଶ୍ଳେଷଣରୁ ଆଉ ଏକ ରୁଚିକର ପରିବର୍ତ୍ତନ ଦେଖାଯାଇଛି । ୧୯୯୦ ରୁ ୨୦୦୦ ମଧ୍ୟରେ ଟପ୍ପରମାନେ ଅଧିକାଂଶ ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ବାଛୁଥିଲେ । ସେମାନେପିଏଚ୍ ଡି କରି ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂସ୍ଥାରେ କାମ କରୁଥିଲେ । କିନ୍ତୁ ୨୦୦୦ ପରେ ଏହି ପ୍ରବୃତ୍ତିରେ ବଡ଼ ପରିବର୍ତ୍ତନ ଆସିଛି । ବର୍ତ୍ତମାନର ଟପ୍ପରମାନେ ବଡ଼ ଟେକ୍ କମ୍ପାନୀ, ଫାଇନାନ୍ସ ଓ କ୍ୱାଣ୍ଟିଟେଟିଭ୍‌ ଟ୍ରେଡିଂ ଭଳି ଉଚ୍ଚ ଆୟ ଥିବା କ୍ଷେତ୍ରକୁ ବେଶି ପସନ୍ଦ କରୁଛନ୍ତି । ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ପ୍ରାୟ ସମସ୍ତେ ବିଦେଶକୁ ବାଛୁଛନ୍ତି । ଏମ୍ଆଇଟି ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଅଧିକ ପସନ୍ଦର ସଂସ୍ଥା ଭାବେ ଦେଖାଯାଇଛି । ଆଶ୍ଚର୍ଯ୍ୟର କଥା ଯେ, ଯେଉଁମାନେ ମାଷ୍ଟର୍ସ କିମ୍ବା ପିଏଚ୍ ଡି କରିଛନ୍ତି, ସେମାନେ ପ୍ରାୟ ସମସ୍ତେ ଭାରତ ବାହାରେ ଶିକ୍ଷା ଗ୍ରହଣ କରିଛନ୍ତି । ଏହା ସହିତ, ୨୦୦୭ ପରଠାରୁ ଅଧିକାଂଶ ଟପ୍ପର ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ବମ୍ବେ କୁ ପ୍ରଥମ ପସନ୍ଦ କରୁଥିବା ମଧ୍ୟ ଦେଖାଯାଇଛି ।

ତଥାପି, କିଛି ଅଲଗା ଉଦାହରଣ ମଧ୍ୟ ରହିଛି । କେତେକ ଟପ୍ପର ଉଚ୍ଚ ଆୟକୁ ଛାଡ଼ି ସମାଜସେବା ଓ ଗବେଷଣାକୁ ବାଛିଛନ୍ତି । କିଏ କିଏ ଭାରତକୁ ଫେରି ଶିକ୍ଷା କିମ୍ବା ସେବାକ୍ଷେତ୍ରରେ କାମ କରୁଛନ୍ତି । ସମଗ୍ର ଭାବେ ଏକ ରିପୋର୍ଟ ରେ ଦେଖାଉଛି ଯେ, ଭାରତର ଶ୍ରେଷ୍ଠ ପ୍ରତିଭାମାନେ ବିଶ୍ୱ ସ୍ତରର ସୁଯୋଗକୁ ବେଶି ପ୍ରଧ୍ୟାନ୍ୟ ଦେଉଛନ୍ତି । ଏହା ଦେଶ ପାଇଁ ଏକ ଚିନ୍ତାର ବିଷୟ ହେଲେ ମଧ୍ୟ, ଭବିଷ୍ୟତରେ ନୀତି ନିର୍ମାତାମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି ମନେ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories