Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ନେତା ବବି ଦାସଙ୍କ ଘରେ ଲାଗିଛି କି ଶ୍ରୀମନ୍ଦିରର ଖାଣ୍ଡେଲାଇଟ୍ ପଥର? ଏନେଇ ଅଭିଯୋଗ ଆଣିଲା ଶ୍ରୀଜଗନ୍ନାଥ ସେନା

ପୁରୀ, ୧୦ | ୪: ବିଜେଡି ନେତା ପ୍ରଣବ ଦାସଙ୍କୁ ନେଇ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି | ଶ୍ରୀମନ୍ଦିର ପାଇଁ ଆସିଥିବା ଖାଣ୍ଡେଲାଇଟ୍ ପଥର ଯାଜପୁର ବାହାବଳପୁର ସ୍ଥିତ ତାଙ୍କ ବାସଭବନରେ ଲାଗିଛି କି ଲାଗିଛି କି ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି । ସୂଚାନଯୋଗ୍ୟ ପୂର୍ବ ସରକାରଙ୍କ ଶାସନ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ହୋଇଥିଲା। ଆଉ ଏଥିପାଇଁ ଖାଣ୍ଡେଲାଇଟ୍ ପଥରର ବ୍ୟବହାର ହୋଇଥିଲା | ତେବେ ଏ ସବୁ ପଥରକୁ ଯାଜପୁର ନିଆଯାଇଥିବା ନେଇ ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ଘରେ ଯେଉଁ ପଥରର ବ୍ୟବହାର ହୋଇଛି ସେ ସବୁ ଏହି ଖାଣ୍ଡେଲାଇଟ୍ ପଥର ବୋଲି ଆଲୋଚନା ହେଉଛି । ତେବେ ଏ ପଥରକୁ କେବଳ ପ୍ରତ୍ନତତ୍ତ୍ବ ବିଭାଗ ଐତିହାସିକ ସ୍ଥାନରେ ବ୍ୟବହାର କରିପାରିବେ | ଯାହାର ଅର୍ଥ ହେଉଛି କି ଐତିହାସିକ ସ୍ଥାନ ବିନା ଅନ୍ୟ କୌଣସି ଠାରେ ଏ ପଥର ବ୍ୟବହାର ହୋଇ ପାରିବ ନାହିଁ | କିନ୍ତୁ ବବିଙ୍କ ଘରକୁ ସେ ପଥର ସବୁ କିଭଳି ଭାବେ ଗଲା ସେନେଇ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛି ଶ୍ରୀ ଜଗନ୍ନାଥ ସେନା |

ତେବେ ଗତ ଦୁଇ ଦିନ ତଳେ ବିଜେଡି ନେତ୍ରୀ ଏଲିନା ଦାସ ଏ ସମ୍ପର୍କରେ ସୋସିଆଲ ମିଡ଼ିଆ ଫେସବୁକ୍ ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ‘ପରିକ୍ରମା ପଥରେ ରାଜ ଉଆସ’ ବୋଲି ଲେଖି ଏ ଦିଗକୁ ଇଙ୍ଗିତ କରିଥିଲେ ଏବଂ ଏହାର ଏକ ଭିଡିଓ ସେୟାର୍ କରିଥିଲେ। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ