ବୀରମହାରାଜପୁର କଲେଜ ରେ ରକ୍ତଦାନ ଶିବିର ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ସ୍ଥାନୀୟ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଯୁଗ୍ମ ଭାବରେ ଶିବିରକୁ ଉଦଘାଟନ କରିଥିଲେ । ଶିବିରର ମଧ୍ୟଭାଗରେ ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ନରେଦ୍ର ଝା ଙ୍କ ସମେତ ୦୯ଜଣ ଛାତ୍ରଛାତ୍ରୀ ଯୋଗଦେଇ ରକ୍ତଦାନ କରିଥିବା ବେଳେ ୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଆୟୁସ୍ ଡାକ୍ତର ଅମିତ କୁମାର ମୁଦୁଲିଙ୍କ ସହ ରକ୍ତ ଭଣ୍ଡାରର କର୍ମଚାରୀ ଜଗତ ଦରୁଆନ, ସୁଦାମ ବିଶ୍ୱାଲ, ଯୁଧିଷ୍ଠିର ନାଏକ, ବିଶିକେଶନ ଭୋଇ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ସେହିପରି ଇତିହାସ ଅଧ୍ୟାପିକା ଡ. ବନ୍ଦିତା ବିଶ୍ୱାଲ, ଓଡ଼ିଆ ଅଧ୍ୟାପିକା ଜାମିନୀ ଦାଶ, ଅଣଶିକ୍ଷା କର୍ମଚାରୀ ସୁବାଷ ଚନ୍ଦ୍ର ଶତପଥି, ଶ୍ରୀରାମ ଦେହୁରୀ, କଳାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

