ସୁଶାନ୍ତ ପୁଝାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ କାଉଡୋଳା କୁକୁଡାମୁଣ୍ଡା ଠାରେ ଶୁକ୍ରବାର ଦିନ ସୁଶାନ୍ତ ପୁଝାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଉଦଘାଟିତ ମ୍ଯାଚ ସିଉନି ବନାମ କୋକସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା |କୋକସରା ଟିମ ଟସ ଜିଣି ପ୍ରଥମେ ବେଟିଂ କରିବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ଦଶ ଓଭର୍ ରେ ୯୩ ରନ୍ ସଂଗ୍ରହ କରିଥିଲେ |ଜବାବ ରେ ସିଉନି ଟିମ ୧୦ ଓଭର ମଧ୍ଯ ରେ ୭୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ୧୯ ରନ ରେ କୋକସରା ଟିମ ଉଦଘାଟନି ମ୍ୟାଚ ରେ ବିଜୟ ହାସଲ କରିଥିଲେ |ଉଦଘାଟନୀ ମ୍ଯାଚ ରେ ମୁଖ୍ୟଅତିଥି ଭାବେ ଯୁବ ସାମ୍ବାଦିକ ବସନ୍ତ କୁମାର ସରାବୁ ଯୋଗ ଦେଇ ଉଦଘାଟନ କରିବା ସହ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ |ମ୍ଯାଚ ଟିକୁ ଶାନ୍ତି ଶୃଙ୍ଖଳାର ସହିତ ଅରୁଣ କୁମାର ନାଏକ ଓ କୁନା ମାଝୀ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ରେ ଭୋଳାନାଥ ପାତ୍ର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ତୁଳସୀ ରାମ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ |ଏହି ଟୁର୍ଣ୍ଣାମେଣ୍ଟ ରେ ସୁଶାନ୍ତ ପୁଝାରୀ ଙ୍କ ବାପା ବିଶମ୍ବର ପୂଜାରୀ,ଭାଗୀରଥୀ ଦିଶାରୀ, ଅନିଲ ନାଏକ, ଅଭୟ ଦିଶାରୀ, ଧର୍ମୁଁ ପାତ୍ର, ସୋମନାଥ ଦିଶାରୀ, ଅଶୋକ ନାଏକ, ସନ୍ତୋଷ ବିଶି, ଗଗନ ରାଉତ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ |

