ନିଟ୍ ରେ ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡାଙ୍କ ଐତିହାସିକ ସଫଳତା; ଭିଡିଓ କରି ରଖିଲେ ନିଜର ସ୍ପଷ୍ଟୀକରଣ
ଓଡିଶା, ୧୧ |୪ : ଗତକାଲି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଧାପଣ୍ଡାଙ୍କୁ ନେଇ ଏକ ନ୍ୟୁଜ ଜୋରସୋରରେ ଭାଇରଲ ହେବାରେ ଲାଗିଥିଲା |ସେ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୭୫ତମ ରାଙ୍କ୍ ଅଧିକାର କରିଛନ୍ତି ବୋଲି ଚର୍ଚ୍ଚ। ହେଉଥିଲା | ଏପରିକି କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ସେ ମାର୍କ ମଧ୍ୟ ଭାଇରଲ ହେଇଥିଲା | ତେବେ ଏନେଇ ରାଧା ପଣ୍ଡା ନିଜର ସ୍ପଷ୍ଟୀକରଣ ରଖିଛନ୍ତି | ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ କହିଛନ୍ତିଯେ, “ଏ ଖବର ସମ୍ପୂର୍ଣ୍ଣ ରୂପେ ମିଥ୍ୟା | ଏହା କେବଳ ଯାତ୍ରାର ତାଙ୍କର ସୀନ ରହିଥିଲା ଯେଉଁଥିରେ ସେ ଡାକ୍ତର ଭୂମିକାରେ ଅଭିନୟ କରିଥିଲେ | ଏହାକୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଥିଲେ ଏବଂ ଫ୍ୟାନ୍ସ ମାନଙ୍କୁ ପଚାରିଥିଲେ ଯେ, ସେ ଡାକ୍ତର ଗେଟଅପ ରେ କିପରି ଦେଖାଯାଉଛନ୍ତି |” ସେ ଆହୁରି ମଧ୍ୟ କହିଛନ୍ତିଯେ, କିଏ ଜଣେ ତାଙ୍କ ଆଇଡିରୁ ଫୋଟୋ ନେଇ ଏଭଳି ଅପ ବ୍ୟବହାର କରିଛି | କିନ୍ତୁ ସେ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ବାସ୍ତବରେ ଏହି ଖବରରେ ମୁଁ ଅତ୍ୟନ୍ତ ଖୁସି ଅଛି କାଲିଠୁ ଜଣକ ପରେ ଜଣେ ମୋତେ ଶୁଭେଚ୍ଛା ଜଣାଇଛନ୍ତି | “ମୁଁ ଯଦି ପାଠ ପଢା ଅଧାରୁ ଛାଡି ଯାତ୍ରାରେ ଅଭିନୟ ନ କରିଥାନ୍ତି ତେବେ ଆଜି ପ୍ରକୃତରେ ମୁଁ ନିଟ କ୍ଲିୟର କରିଥାନ୍ତି ଆଉ ଏ ଶୁଭେଚ୍ଛା ମୋ ପାଇଁ ସତ ହୋଇଥାଆନ୍ତା |” ସେ ନିଜର ସ୍ପଷ୍ଟୀକରଣରେ କହିଛନ୍ତିଯେ କେହି ଜଣେ ତାଙ୍କର ଆଇଡିରୁ ଫୋଟୋ ନେଇ ନିଜ ସ୍ୱାର୍ଥ ଲାଗି ଏଭଳି ଭାଇରଲ କରିଛି କିନ୍ତୁ ଏ ଖବର ପ୍ରକୃତରେ ସତ୍ୟ ନୁହେଁ ଏହା କେବଳ ଜାଜ୍ଞସେନୀ ଯାତ୍ରା ପାର୍ଟିରେ ଯାତ୍ରାରେ ତାଙ୍କ ଦ୍ୱାରା ଅଭିନୟ କରାଯାଇଥିବା ଏକ ଦୃଶ୍ୟ ମାତ୍ର |

