ଓଡ଼ିଆ ପକ୍ଷ ପାଳନ ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୧୧/୦୪
ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ରକ୍ତଦାନ ଅଭିଯାନ। ରକ୍ତଦାତାଙ୍କ ରକ୍ତର ପ୍ରତିଟି ବିନ୍ଦୁ କାହାର ଅମୂଲ୍ୟ ଜୀବନ ବଞ୍ଚାଇବା ସହ ଏକ ସୁରକ୍ଷିତ ସମାଜ ଗଠନରେ ସହାୟକ ହୋଇଥାଏ । ଏହି ମହତ ସେବା କାର୍ଯ୍ୟରେ ସାମିଲ ହୋଇ ମାନବିକତାର ପରିଚୟ ଦେବା ଏବଂ ଓଡ଼ିଶାକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସଂକଳ୍ପବଦ୍ଧ ହେବାର ଶପଥ ନେଇ ସ୍ଥାନୀୟ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ଆଇ ଆଇ ସି ସୁଜ୍ଞାନ ବାରିକ, ସମ୍ମାନିତ ଅତିଥି ଭାବେ କୋକସରା ଯୁକ୍ତଦୁଇ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ , ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି, ସବ୍ ଇନ୍ସପେକ୍ଟର ରଶ୍ମି ରଞ୍ଜନ ବାଗ ଯୋଗଦେଇଥିଲେ। ଶିବିର ପରିଚାଳନାରେ ଯୁବ ରେଡକ୍ରସ୍ ପରାମର୍ଶଦାତା ସୁବ୍ରତ କୁମାର ବେହେରା, କ୍ୟାପଟେନ୍ ଅଶ୍ବିନୀ ପଟ୍ଟନାୟକ, ଜଗନ ଚନ୍ଦାନୀ, କନକ ମଞ୍ଜରୀ ବେହେରା, ସ୍ବାଧୀନ ପୁଜାରୀ, ଶୁଭଶ୍ରୀ ସାହୁ, ବେଦମୟୀ ବାରିକ, ଜିତେନ୍ଦ୍ର ପ୍ରଧାନୀ, ସୁନୀଳ ପ୍ରଧାନୀ, ପ୍ରତାପ ବିଷି, ଉଜାଗର ମାଝୀ, ଲାଲୁ ପ୍ରଧାନୀ, ତପନ ପ୍ରଧାନୀ, ତପନ ବିଷି, ପୀତବାସ ରାଉତ, ପୁଷ୍ପିତା ବିଷି, ବିଷ୍ଣୁ ଚରଣ ବିଷି, ମୋହନ ବିଷି, ପ୍ରମୁଖ ସହଯୋଗ କରିଥିଲେ। ଧର୍ମଗଡ଼ ରକ୍ତ କେନ୍ଦ୍ରର ଏଲ ଟି ରାକେଶ ସିଂ, ଭରତ ଚନ୍ଦ୍ର କାଣ୍ଡ, ଡମ୍ବରୁଧର ମେହେର, ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି ଶିବିରରେ ସୁବ୍ରତ କୁମାର ବେହେରା, ସୀମରନ ପ୍ରଧାନୀ, ତୁଳସୀ ରାଉତ, ରାହୁଲ କର, ଗଣେଶ ଖମାରୀ, କ୍ରିଷ୍ଣା ଦୁର୍ଗା, ଦୁଷ୍ମନ୍ତ ଶବର, ତୋଫାନ ଦଲପତି, କୁଶାଳ ନାଏକ, ଆରତୀ ନାଗ, କ୍ରିଷ୍ଣା ପାତ୍ର, ପୁଷ୍ପଧ୍ୱଜ ନାଗ, ପୂର୍ଣ୍ଣଚନ୍ଦ୍ର ରୋତି, ଜଳେମଣି ଦାଶ, ଭୀଷ୍ମ ଶବର, ଅର୍ଜୁନ ବାଗ, ହିମାଂଶୁ ଭୂଷଣ ଦାଶ, ଡେନିମ୍ କୁମାର ମାଝୀ, ଜ୍ଞାନ ରଞ୍ଜନ ପ୍ରଧାନୀ, ମହେଶ ଗୁପ୍ତା , ଆଦିତ୍ୟ ରାଉତ, ରବିନ୍ଦ୍ର କୁମାର ନାଏକ, ଜ୍ୟୋତି ପ୍ରକାଶ ନାୟକ, ସୌମ୍ୟ ରଂଜନ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ। ଏହା ଶିବିରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

