Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରର ୟୁନିଟ୍‌-୬ ଅଞ୍ଚଳରୁ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

ଭୁବନେଶ୍ୱର, ୧୧ |୪ : ରାଜଧାନୀରୁ ଜଣେ ଆତଙ୍କବାଦୀ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ସୂଚନା ଅନୁସାରେ , ଭୁବନେଶ୍ୱରର ୟୁନିଟ୍‌-୬ ଅଞ୍ଚଳରୁ ଏହି ଆତଙ୍କୀକୁ ଗିରଫ କରାଯାଇଛି । ଗିରଫ ପରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ପୋଲିସ । ତେବେ ଏହି ଯୁବକ ଜଣଙ୍କ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲା ପୋଲିସ ସୂତ୍ରରୁ ଜଣାପଡିଛି । ସେ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଆଉ ଏଥିପାଇଁ ଯୁବକଙ୍କୁ ବିଭିନ୍ନ ସୂତ୍ରରୁ ଟଙ୍କା ମଧ୍ୟ ମିଳୁଥିଲା । ତେବେ ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ଆଉ ଏହା ପଛରେ କାହାର ହାତ ରହିଛି ତାହାର ସମ୍ପୂର୍ଣ୍ଣ ତଦନ୍ତ କରିବ ଦିଲ୍ଲୀ ପୋଲିସ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ