ବବି ଦାସ ଓ ଭିକେ ପାଣ୍ଡିଆନଙ୍କ କଳା କାରନାମା ଉପରେ ଆଉ ଥରେ ଅଭିଯୋଗ ଆଣିଲେ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ
ଭୁବନେଶ୍ୱର , ୧୨ | ୪: ଦିନକ ତଳେ ବବିଦାସଙ୍କ ଘରେ ବ୍ୟବହାର ହୋଇଥିବା ଖାଣ୍ଡେଲାଇଟ୍ ପଥରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଲୋଚନା ହେଉଥିଲାଯେ ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପ ପାଇଁ ଆସିଥିବା ଖାଣ୍ଡେଲାଇଟ୍ ପଥର ଯାଜପୁରକୁ ନିଆଯାଇଛି। କାରଣ ଖାଣ୍ଡେଲାଇଟ୍ ପଥରକୁ ଐତିହାସିକ ସ୍ଥାନ ବ୍ୟତୀତ ଆଉ କେଉଁଠି ବ୍ୟବହାର ହୋଇପାରିବ ନାହିଁ। ତେଣୁ କେବେ ଆଉ କେଉଁଭଳି ଆଉ କାହା ଅନୁମତିରେ ସେ ପଥରର ବ୍ୟବହାର ହେଲା ତାହା ନେଇ ତଦନ୍ତ ଦାବି କରିଥିଲା ଜଗନ୍ନାଥ ସେନା। ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ତେବେ ଗୁରୁତତ୍ୱପୂର୍ଣ୍ଣ କଥା ହେଉଛି କି ଏହା ପୂର୍ବରୁ ବବି ଦାସଙ୍କ ନାମରେ ଅନେକ ଅଭିଯୋଗ ଆସିଛି। ତାଙ୍କ କ୍ୱାର୍ଟରରେ ବେଆଇନ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ତାହାର ତଦନ୍ତ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଅଧାରେ ରହିଛି।
ତେବେ କେବଳ ବବିଦାସଙ୍କ ନାମରେ ନୁହଁ ପୁର୍ବତନ 5T ସଚିବ ଭି କେ ପାଣ୍ଡିଆନ୍ ଙ୍କ ନାମରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଥିଲା। ୨୫,୦୦୦ କୋଟି ନେଇ ପାଣ୍ଡିଆନ୍ ଓଡ଼ିଶାରୁ ପଳେଇଥିବା କଥା ମଧ୍ୟ ଉଠିଥିଲା। ଏମାନେ ଦୁହେଁ ଅନେକ ଦୁର୍ନୀତି କାର୍ଯ୍ୟରେ ସାମିଲ ଥିଲେ ବୋଲି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏଵଂ ଭିକେ ପାଣ୍ଡିଆନ୍ ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅନେକ ଦୁର୍ନୀତି କାର୍ଯ୍ୟ କରୁଥିଲେ। ରାଜ୍ୟର ଉନ୍ନତି କରିବା ଆଳରେ କୋଟି କୋଟି ଟଙ୍କା ଲୁଟୁଥିଲେ। ପାଣ୍ଡିଆନ୍ ଡେଭଲପମେଣ୍ଟ ନାଁରେ ମିଛ ପ୍ରଚାର କରି କୋଟି କୋଟି ଲୁଟୁଥିବା ନେଇ ମଧ୍ୟ କଥା ଉଠିଥିଲା। ଏପରିକି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା , ଗୋବିନ୍ଦ ସାହୁ ହତ୍ୟା, ଏବଂ ଖଣି ଦୁର୍ନତି ପଛରେ ଏମାନଙ୍କର ସମ୍ପୃକ୍ତି ରହିଛି ବୋଲି ମଧ୍ୟ ସିଧାସଳଖ କହିଛନ୍ତି। ସେ ଆହୁରି ମଧ୍ୟ କହଛନ୍ତିଯେ ଏଥିରେ ନବୀନ ପଟ୍ଟନାୟକ ମୁଖ୍ୟ ନାୟକ ସାଜିଥିଲେ ଆଉ ତାଙ୍କରି ନିର୍ଦ୍ଦେଶରେ ଏ ସବୁ ଅପରାଧ ଦୁର୍ନୀତି ହୋଇଛି। ତେବେ ଗୁରୁତ୍ୱପର୍ଣ୍ଣ କଥା ହେଉଛି ଯେ, ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ଏ ସମସ୍ତ ଅପରାଧର ତଦନ୍ତ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସରକାର ନିରାଶ କରିଛନ୍ତି। କୌଣସି ପ୍ରକାରର ତଦନ୍ତ ହେଉନାହିଁ। ବିଜେପି ସରକାର ଆକ୍ସନ ନେବା ବଦଳରେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଯାହା ଫଳରେ ଲୋକଙ୍କ ସନ୍ଦେହ ବଢ଼ି ଚାଲିଛି ଯେ ଏବେର ସରକାର ଏ ସବୁକୁ ସମର୍ଥନ କରୁଛନ୍ତି। ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶରେ ଓଡ଼ିଶାର ରାଜନୀତି ଚାଲିଛି।

