ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଙ୍କୁ ଭତରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା।
କଳାହାଣ୍ଡି,୧୨/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଠାରେ ଥିବା ଭତରା ସମାଜ ର ମୁଖ୍ୟ କାର୍ଯ୍ୟାଳୟ ତଥା ଆରାଧ୍ୟ ଦେବତା ଭୈରବ ଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ,ଗରୁଡ଼ ଧ୍ଵଜ ମାଝୀ, ଗୋପିଚନ ନାଏକ,ଋତୁରାଜ ମାଝୀ,ଘନଶ୍ୟାମ ନାଏକ, ଜିଲ୍ଲା ପରିଷଦ କଲମପୁର ବ୍ଲକ ଦୁହିତା ମାଝୀ,ରଣ ସାଏ ପାତ୍ର, ସୁଧୀର ପାତ୍ର, ସୁଶାନ୍ତ କୁମାର ମାଝୀ,ସହଦେଵ ଗୌନ୍ତିଆ, ବେଣୁଧର ନାଏକ,ଟିକେଚନ୍ଦ୍ର ମାଝୀ,ଦିଗାମ୍ବର ମାଝୀ,ବନ ଦଣ୍ଡସେନା, ଦେବି ସିଂ, ଖଗେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଲୋକେଶ ରଞ୍ଜନ ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ଜିଲ୍ଲା ସହ ସମ୍ପାଦକ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।

