Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ଆସନ୍ତା ୧୮ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର, ୧୩ | ୪ : ରାଜ୍ୟରେ ଏବେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଯାହା ଫଳରେ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇ ପଡିଛି | ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବାଧିକ ରହିଛି ତାପମାତ୍ରା | ୬ଟି ସ୍ଥାନରେ ପାରଦ ରହିଛି ୪୦ଡିଗ୍ରୀରୁ ଅଧିକ | ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିର ଏବଂ ଭବାନୀପାଟଣାରେ ୪୧ ଡିଗ୍ରୀ ଛୁଇଁଥିଲା ତାପମାତ୍ରା । ସେହିପରି ଝାରସୁଗୁଡ଼ାରେ ୪୦.୭, ସମ୍ବଲପୁରରେ ୪୦.୧ ଏବଂ ହୀରାକୁଦରେ ୪୦ ଡିଗ୍ରୀ ରହିଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ୩୭.୭ ଡିଗ୍ରୀ ଥିବାବେଳେ କଟକରେ ୩୭.୪, ସୁବର୍ଣ୍ଣପୁରରେ ୩୯.୯, ବୌଦ୍ଧରେ ୩୯.୫, ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରହିଛି।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଆଜି ବଲାଙ୍ଗିର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ଏବଂ ଭବାନୀପାଟଣାରେ ଦିନ ତାପମାତ୍ରା ୪୨ରୁ ୪୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସେହିପରି ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୩୮ଡିଗ୍ରୀ ଭିତରେ ରହିବ। ଏହାସହିତ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୭୫ରୁ ୮୦% ରହିବାରୁ ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ