୧୬୩ଜଣ ନାବାଳକଙ୍କୁ ଉଦ୍ଧାର କରିଛି ରେଲ୍ଓ୍ବେ ପୋଲିସ…
ମଧ୍ୟପ୍ରଦେଶ,୧୩|୪ : ମଧ୍ୟପ୍ରଦେଶର କାଟ୍ନି ଜିଲାରେ ୧୬୩ଜଣ ନାବାଳକଙ୍କୁ ଟ୍ରେନ୍ରୁ ରେଲ୍ଓ୍ବେ ପୋଲିସ ଉଦ୍ଧାର କରିଛି । ଏହି ଚାଲାଣଟି ବିହାର ଏବଂ ମହାରାଷ୍ଟ୍ରରୁ ହେଉଥିବାର ସୂଚନା ମିଳିଛି । ପିଲାମାନଙ୍କ ବୟସ ୬ରୁ ୧୩ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ସେ ନାବାଳକ ମାନଙ୍କୁ ଶ୍ରମିକ ଭାବେ କାମ କରାଇବା ପାଇଁ ବିହାରର ଅରାରିଆ ଅଞ୍ଚଳରୁ ମହାରାଷ୍ଟ୍ରର ଲାଟୁର କୁ ନିଆଯାଉଥିଲା । ଏହି ସଂପର୍କରେ ଶିଶୁ କଲ୍ୟାଣ କମିଟିଠାରୁ ସୂଚନା ପାଇ ରେଲ୍ଓ୍ବେ ସୁରକ୍ଷା ବଳ (ଆର୍ପିଏଫ୍) ଏବଂ ସରକାରୀ ରେଲ୍ଓ୍ବେ ପୋଲିସ (ଜିଆର୍ପି) ସେମାନଙ୍କୁ ଅଟକାଇଥିଲା । ସେହି ନାବାଳକ ମାନଙ୍କ ସହିତ ସାଙ୍ଗରେ ଯାଉଥିବା ୮ ଜଣ ଙ୍କୁ ଆର୍ପିଏଫ୍ ଏବଂ ଜିଆର୍ପି ଯବାନମାନେ ଷ୍ଟେସନରେ ଅଟକାଇଥିଲେ । ଏହା ସହ ଅନ୍ୟ ଟ୍ରେନ ମାନଙ୍କରେ ଚେକିଙ୍ଗ୍ ମଧ୍ୟ ଚାଲିଲା ବିନା ଟିକେଟ ଓ ଦସ୍ତାବିଜ୍ ସହ ନାବାଳକମାନଙ୍କ ସାଙ୍ଗରେ ଯାଉଥିବା ଅନ୍ୟତ୍ର ଲୋକ ମାନଙ୍କୁ ଧରାଯାଇଥିଲା ।

