Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ; ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଉପରେ ଗୁରୁତ୍ୱ

କଟକ, ୧୩ |୪ : ଆଜି କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇ ଯାଇଛି ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ଏହାସହିତ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ , କଟକ ସଦର ବିଧାୟକ ପ୍ରକାଶ ସେଠୀ, କଟକ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ଆଦି ପ୍ରମୁଖ ଅତିଥି ମାନ ଉପସ୍ଥିତ ରହିଥିଲେ |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତିଯେ, ଏବେର ସମୟରେ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ସମାଜର ଅଗ୍ରଗତିରେ ଆଗରେ ରହିଛନ୍ତି | ଗତ ୨୦୨୪ ନିର୍ବାଚନରେ ପ୍ରମାଣ ଏହି କଥାକୁ ଦର୍ଶାଉଛି | ୨୦୨୪ ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିଲା, ଯାହା ନାରୀ ଶକ୍ତିର ଅଗ୍ରଗତିକୁ ଦର୍ଶାଉଛି । ସେ କହିଛନ୍ତି ଯେ, ମହିଳାମାନେ ସବୁ କାମ କରିପାରୁଥିଲେ ମଧ୍ୟ ସଂରକ୍ଷଣ କ୍ଷେତ୍ରରେ ଏବେବି ପଛରେ ରହିଛନ୍ତି । ମହିଳାଙ୍କୁ ଅଧା ସଂରକ୍ଷଣ ଦରକାର ନାହିଁ, କିନ୍ତୁ ଏକ-ତୃତୀୟାଂଶ ସଂରକ୍ଷଣ ନିହାତି ଆବଶ୍ୟକ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ସଂରକ୍ଷଣ ବଡ ପଦକ୍ଷେପ ହେବ ବୋଲି ସେ ନିଜର ମତ ପ୍ରକାଶ କରିଛନ୍ତି । ବହୁ ମାତ୍ରାରେ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ