Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରଠାରେ ସାତ ଦିନିଆ ଟେରାକୋଟା ଶିବିର ଉଦଯାପିତ -ଟେରାକୋଟାରେ ରୂପ ନେଲା ସୋନପୁରର ପରମ୍ପରା ଓ ସଂସ୍କୃତି ା

ସୁବର୍ଣ୍ଣପୁର-ଓଡ଼ିଶା ଲଲିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହଯୋଗରେ ସୋନପୁରର କୁମ୍ଭାରପଡାଠାରେ ସାତ ଦିନିଆ ପାରମ୍ପରିକ ଟେରାକୋଟା ଶିବିର ଉଦଯାପିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ବିଶିଷ୍ଟ ବାନ୍ଧ ଶିଳ୍ପୀ, ସନ୍ଥକବିର ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ପ୍ରହଲ୍ଲାଦ ମେହେର, ସୁବର୍ଣ୍ଣପୁରର ହସ୍ତ ଶିଳ୍ପ ବିଭାଗର ପ୍ରୋଗ୍ରାମ ଅଫିସର ଦେବାଶିଷ ମିଶ୍ର ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ଶିଳ୍ପୀ ମାନଙ୍କର କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ। ଏକାଡେମୀର କାର୍ଯ୍ୟକାରୀ ସମିତ ସଦସ୍ୟ ଶ୍ୟାମ ସୁନ୍ଦର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ I ଉପସ୍ଥିତ ଅତିଥିମାନେ ସୋନପୁର ଟେରାକୋଟାର ମାହାତ୍ମ୍ୟ ଓ ଏହାର ପ୍ରାଚୀନତା ବିଷୟରେ ଆଲୋକପାତ କରିଥିଲେ। ଆଧୁନିକ ସମୟର ତାଳରେ ଟେରାକୋଟା ଶିଳ୍ପୀ ମାନେ ନିଜ କଳାକୃତିରେ ସମ୍ୟକ୍ ପରିବର୍ତ୍ତନ ସହିତ ସେଗୁଡିକୁ ଦୈନନ୍ଦିନ ବ୍ୟବହାର ଯୋଗ୍ୟ କରିବା ପାଇଁ ମତ ପ୍ରକାଶ କରିଥିଲେ। ପ୍ରଦର୍ଶନୀରେ ଶିଳ୍ପୀ ମାନଙ୍କ ଦ୍ବାରା ସୋନପୁର ପ୍ରସିଦ୍ଧ ଟେରାକୋଟା ଘଡା, ହାତୀ, ଲଙ୍କାପୋଡ଼ି ହନୁମାନ, ଟେରାକୋଟା ଖପର ଉପରେ ବିଭିନ୍ନ ପଶୁ ପକ୍ଷୀ ଆକାର, ଗଛରେ ପରିବେଶ ସଚେତନତାର ବାର୍ତ୍ତା, ପଞ୍ଚମୁଖୀ ହନୁମାନ, ବିଭିନ୍ନ ମୁଖାକୃତି, ପ୍ରଦୀପ ଷ୍ଟାଣ୍ଡ, ପାରମ୍ପରିକ ଘରର ଅସବା ପତ୍ର, ଝୁମର୍ ଓ ଟେରାକୋଟା ରିଲିଫ୍ ରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିର ଓ ମହାନଦୀର ଦୃଶ୍ୟ ଖୁବ୍ ସୁନ୍ଦର୍ ଭାବରେ ଫୁଟାଇଥିଲ। ଆଗାମୀ ଦିନରେ ଏହି କଳାକୃତି ଗୁଡ଼ିକ ଭୁବନେଶ୍ୱର ତଥା ବିଭିନ୍ନ ଜିଲ୍ଲା ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶନୀ କରାଯିବ ବୋଲି ସଚିବ ମତ ପ୍ରକାଶ କରିଥିଲେ। । ଉତ୍ସବ ଅବସରରେ ଅତୀଥିମାନେ ଏକାଡେମୀ ତରଫରୁ ଅଂଶଗ୍ରହଣକାରୀ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ,ମାନପତ୍ର ଅଙ୍ଗବସ୍ତ୍ର ଓ ଦଶହଜାର ଟଙ୍କା ଲେଖାଏଁ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ