Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବ୍‌ଶୀଘ୍ର ଛେନାପୋଡ଼କୁ ମିଳିପାରେ GI ଟ୍ୟାଗ୍‌ ର ମାନ୍ୟତା!

ଭୁବନେଶ୍ଵର, ୧୩ | ୪ : ନୟାଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର । ଛେନାପୋଡ଼ ପାଇଁ ପ୍ରସିଦ୍ଧ ଥିବା ନୟାଗଡ଼ ଜିଲ୍ଲାକୁ ମିଳିପାରେ GI ଟ୍ୟାଗ୍‌ ର ମାନ୍ୟତା । GI ଟ୍ୟାଗ୍ ମିଳିବ ନେଇ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଏନେଇ ଆସନ୍ତା ମେ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଧିବଦ୍ଧ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ଛେନାପୋଡ଼କୁ GI ଟ୍ୟାଗ୍‌ ମିଳିବା ନେଇ ମନ୍ତ୍ରୀ ପିୟୂଷ ଗୋୟାଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର।

ସୂଚନାଯୋଗ୍ୟ , ଗତ ଶନିବାର ନୟାଗଡ ଛେନା ପୋଡ ଦିବସ ରହିଥିଲା | ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ